ହେଡଲାଇନସ୍:

ଗଙ୍ଗାଧର ମେହେର କ୍ଲବ, ମେହେର ପଡା, ସାହୁ ପଡା ଯୁବକ ସଂଘ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ଗଙ୍ଗାଧର ମେହେର କ୍ଲବ, ମେହେର ପଡା, ସାହୁ ପଡା ଯୁବକ ସଂଘ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ଵେଛାକୃତ ରକ୍ତଦାନ ଶିବିର,ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଭୁଲିଆ ଧର୍ମଶାଳା, ମେହେର ପଡା, ପଦ୍ମପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଶିବିରକୁ ବୟୋଜୈଷ୍ଠ ସତ୍ୟାନନ୍ଦ ମେହେର ଓ ରଙ୍କମଣି ସାହୁ ଉଦଘାଟନ କରିଥିଲେ l ପୂର୍ବତନ ନଗର ପାଳ ତଥା ପଦ୍ମପୁର ପେକ୍ସ ସଭାପତି ପ୍ରିତମ ମେହେର, ଇନ୍ଦ୍ରଜିତ ମେହେର, ରଘୁନାଥ ପୁରୀ, ବିଜୟ ମେହେର, ନେପାଳ ମେହେର,ହୁତାସନ ମେହେର, ଡିଙ୍ଗର ମେହେର, ରିତେଶ ରଞ୍ଜନ ମେହେର ପ୍ରମୁଖ ସଂଯୋଜନା କରିଥିଲେ l ନାରୀ ମାନଙ୍କୁ ରକ୍ତଦାନ କ୍ଷେତ୍ରରେ ଅଗ୍ରଣୀ ହେବା ପାଇଁ ପୂର୍ବତନ ନଗର ପାଳ ଶ୍ରୀମତୀ ମିନାକ୍ଷୀ ମେହେର ପ୍ରଥମେ ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ପାଇଁ କ୍ଷେତ୍ର ମେହେର, ଡିଙ୍ଗର ମେହେର,ଆଡ଼ଭୋକେଟ କିଶୋର ମେହେର ଗଙ୍ଗାଧର ଚିରଗୁନ ସାହାଯ୍ୟ କରିଥିଲେ l ଶିବିରରେ 45 ଜଣ ରକ୍ତଦାନ କରିଥିଲେ , ଟେକନିସିଆନ ସଂଗ୍ରାମ କେଶରୀ ମହନ୍ତ ଓ ସୁମିତ ସୁମନ ରକ୍ତ ସଂଗ୍ରହ କରିଥିଲେ ଜୀବନ ବିନ୍ଦୁ ତରଫରୁ ସମସ୍ତଙ୍କୁ ପ୍ରିତମ ମେହେର ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଶେଷରେ ସମସ୍ତ ରକ୍ତ ଦାତାଙ୍କୁ କରୁଣା କର ମେହେର ଧନ୍ୟବାଦ ଦେଇଥିଲେ l

0
0
0
s2sdefault