ହେଡଲାଇନସ୍:

୬୮ ବର୍ଷରେ ପାଦ ଥାପିଲେ ନେମାଳ ପଦ୍ମବନ ପୀଠ ମହନ୍ତ ମହାରାଜ ଗଗନାନନ୍ଦ ଗୋସ୍ୱାମୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-୬୮ ବର୍ଷରେ ପଦ୍ମବନ ପୀଠର ମହନ୍ତ ମହାରାଜ ପାଦ ଥାପିବା ଅବସରରେ ଏକ ଆଧ୍ୟାତ୍ମିକ ଗୁରୁ ପୂଜନ କାର୍ଯ୍ୟକ୍ରମ ନେମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ପ୍ରସିଦ୍ଧ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ପୀଠର ପିଠାଧୀଶ ମହନ୍ତ ମହାରାଜ ଗଗନାନନ୍ଦ ଗୋସ୍ୱାମୀ ଙ୍କ ଜନ୍ମଦିନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ମହନ୍ତ ଶ୍ରୀ ଗୋସ୍ୱାମୀ ୧୯୫୫ ମସିହା ଗହ୍ମା ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲା ବେଳେ ବର୍ତ୍ତମାନ ୬୮ ବର୍ଷ ରେ ଉପନୀତ ହୋଇଛନ୍ତି । ତେବେ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ଶ୍ରେଷ୍ଠ ମହନ୍ତ ଭାବେ ଗଗନାନନ୍ଦ ଗୋସ୍ୱାମୀ ସ୍ଥାନୀୟ ଅଞ୍ଚଳ ମାନଙ୍କରେ ବେଶ ପରିଚିତ ଅଟନ୍ତି । ମହାପୁରୁଷ ଙ୍କ ର ଯେଉଁ ମହାନ ଚିନ୍ତାଧାରା, ବାଣୀ ଏବଂ ଉଚ୍ଚକୋଟିର ଉପଦେଶ ରହିଛି ତାହା ନିରାଟ ସତ୍ୟ। ଏବେ ଯାହାବି କିଛି ଘଟୁଛି ତାହା ମହାପୁରୁଷ କହିଯାଇଛନ୍ତି ଘଟିବ ବୋଲି ମହନ୍ତ ଗୋସ୍ୱାମୀ ପ୍ରକାଶ କରିଥିଲେ । ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ମଠ ମନ୍ଦିର ମହନ୍ତ, ବାବା, ସାଧୁ ସନ୍ଥ ମାନେ ଉପସ୍ଥିତ ହୋଇ ମହନ୍ତ ଶ୍ରୀ ଗୋସ୍ୱାମୀଙ୍କୁ ପୂଜାର୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।

0
0
0
s2sdefault