ନବରଙ୍ଗପୁରରୁ ଅଶୋକ ସାହୁ: ଭାରତ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଭାଜନ ବିଭୀଷିକା ର ସ୍ମୃତିଚାରଣ ଦିବସ (14 ଅଗଷ୍ଟ)ପାଳିତ ହୋଇଯାଇଛି। ଏଥିରେ ଇଂରାଜୀ ବିଭାଗ ର ଅଧ୍ୟାପକ ଶ୍ରୀ ବିନୋଦ ବିହାରୀ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଯୁବ ରେଡକ୍ରସ ର ସଂଯୋଜିକା ଡ ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି ସଭାର ଅତିଥି ରୂପେ ନବରଙ୍ଗପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟାପିକା ଶ୍ରୀମତୀ ସୁନୀତା ପାତ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ଶିବ ପ୍ରସାଦ ପାତ୍ର ଏବଂ ଶ୍ରୀମତୀ ପ୍ରଣତି ପାତ୍ର ସମେତ ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ରଞ୍ଜୁସା ପ୍ରହରାଜ ଭାରତ ବିଭାଜନ ଓ ବିଭୀଷିକା ସ୍କୃତିଚାରଣ ବିଷୟରେ ବକ୍ତବ୍ୟ ରଖି ଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ଏକତା, ଅଖଣ୍ଡତା, ସଂହତି ବର୍ଦ୍ଧନ କରିବା ପାଈଁ ସଚେତନତା ର ବାର୍ତ୍ତା ଦେଇଥିଲେ। ଅଧ୍ୟାପିକା ଶ୍ରୀମତୀ ସୁନୀତା ପାତ୍ର, ଏମ ରୋହିଣୀ ରାଣୀ, ଅଧ୍ୟାପକ ଶ୍ରୀ ଲକ୍ଷ୍ମୀକାନ୍ତ ସୌରା ତଥା ବହୁ ସଂଖ୍ୟା ରେ ଛାତ୍ରୀ ମାନେ ଯୋଗ ଦେଇଥିଲେ।
ରାଜ୍ୟ
ନବରଙ୍ଗପୁର ସ୍ନାତକ ମହିଳା ମହାବିଦ୍ୟାଳୟ ରେ ବିଭାଜନ ବିଭୀଷିକାର ସ୍ମୃତିଚାରଣ ଦିବସ ପାଳିତ
- Hits: 414