ଭୁବନେଶ୍ୱର: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ବିଷୟକୁ ଆଦିତ୍ୟ ବିର୍ଲା ଗ୍ରୁପ୍, ହିଣ୍ଡାଲକୋର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ସିଏସ୍ଆର କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦେଉଥିବାବେଳେ ‘ପ୍ରୋଜେକ୍ଟ ୱାଡି’ ଆରମ୍ଭ କରିଛି । ୨୦୧୮ରୁ ନାବାର୍ଡ ସହଭାଗିତାରେ ଏହା କାର୍ଯ୍ୟକାରୀ ହେଉଛି । ଏହା କାଶିପୁରରେ ୧୭ଟି ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି ଏବଂ ଏଥିରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ବହୁବିଧ କାର୍ଯ୍ୟକ୍ରମ ରହିଛି । ଏହା ଜନସାଧାରଣଙ୍କ ଜୀବନରେ ପାର୍ଥକ୍ୟ ଆଣୁଛି ।
ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା କହିଛନ୍ତି, “ପ୍ରକଳ୍ପ ଶେଷସୁଦ୍ଧା ହିତାଧିକାରୀଙ୍କ ଆୟ ସ୍ତର ଦୁଇଗୁଣ କରିବା ଲକ୍ଷ୍ୟ ନେଇ ୨୦୧୮-୧୯ରେ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଆମେ ସମ୍ପୂର୍ଣ୍ଣ ଆଶାବାଦୀ ଯେ ଏହି ପ୍ରକଳ୍ପ ଆଗାମୀ ଦିନଗୁଡିକରେ କୃଷକଙ୍କ ଆୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ।”
ଗ୍ରାମାଞ୍ଚଳ ଆଦିବାସୀ ପରିବାରଗୁଡିକର ଆୟ ତିନିରୁ ଛଅବର୍ଷ ମଧ୍ୟରେ ଆଗ୍ରୋ-ହର୍ଟି ଚାଷ ଏବଂ ଅନ୍ୟାନ୍ୟ ଆୟକାରୀ କାର୍ଯ୍ୟକଳାପ ଜରିଆରେ ଦୀର୍ଘସ୍ଥାୟୀ ଭିତ୍ତିରେ ବୃଦ୍ଧି ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଉପରେ ଏହି ପ୍ରକଳ୍ପ ଦୃଷ୍ଟିନିବଦ୍ଧ କରୁଛି । ଏହି ପ୍ରକଳ୍ପ ପିପିପି ପଦ୍ଧତିରେ କାର୍ଯ୍ୟକାରୀ କରାଯାଉଛି ଯେଉଁଠାରେ ନାବାର୍ଡ ୬୦% ଅର୍ଥ ଅନୁଦାନ ପାଣ୍ଠି ଆକାରରେ ଯୋଗାଇ ଦେଉଛି ଏବଂ ଉତ୍କଳ ଆଲୁମିନା ୪୦% ଅର୍ଥ ତାହାର ସିଏସ୍ଆର ପାଣ୍ଠି ଅଧୀନରେ ଅନୁଦାନ ଆକାରରେ ଯୋଗାଇ ଦେଉଛି । ଏଥିପାଇଁ ମୋଟ ୪୬୫.୭୫ ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦିଆଯାଇଛି ।
ଆଦିବାସୀ ପରିବାରଗୁଡିକର ପତିତ ଜମିକୁ ଉତ୍ପାଦିକା ଫଳବଗିଚାରେ ରୂପାନ୍ତରଣ କରିବା ଉପରେ ଏହି ପ୍ରକଳ୍ପ ଆଧାରିତ । ଏଥିସହିତ ଏହା ଭୂମିହୀନ ପରିବାରଗୁଡିକୁ ଛେଳି ପାଳନ ଜରିଆର ଅର୍ଥପୂର୍ଣ୍ଣ ଜୀବିକା ଉପାର୍ଜନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ।
‘ଉଦ୍ୟାନ ବିକାଶ ସମିତି’ ଭଳି ଗୋଷ୍ଠୀ ଭିତ୍ତିକ ସଂଗଠନ ଗଠନ ଏବଂ ସେଗୁଡିକୁ ସୁଦୃଢ କରିବା ଗୋଷ୍ଠୀ ମାଲିକାନା ଏବଂ ଦୀର୍ଘସ୍ଥାୟିତ୍ୱ ଦିଗରେ ଏକ ପ୍ରମୁଖ ବିଷୟ ହୋଇଛି ।
ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୪ ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛି, ଯାହା କୃଷକଙ୍କ ପାଇଁ ଫାଇଦା ଆଣିଦେଇଛି । ଏହା ପ୍ରକଳ୍ପର କାର୍ଯ୍ୟକାରିତା ନିରୀକ୍ଷଣ, ଫଳବଗିଚା ଦେଖାଶୁଣା ଏବଂ କୃଷିଜାତ ସାମଗ୍ରୀର ସାମୂହିକ ବିକ୍ରିବଟା ଆଦିରେ ନିୟୋଜିତ ଥିବା ୧୭ଟି ଉଦ୍ୟାନ ବିକାଶ ସମିତି (ୟୁଭିଏସ୍) ଗଠନ କରିବା ସହିତ ସେଗୁଡିକୁ ମଜଭୁତ କରିଛି । ପତିତ ଜମି ବିକାଶ, ଫଳ ବଗିଚା ବିକାଶ, ଗୋସମ୍ପଦର ବିକାଶ, ସଂଗଠନ ଗଠନ ଏବଂ ମହିଳାଙ୍କ ବିକାଶ ଆଦି କ୍ଷେତ୍ରରେ ୫୦୦ ଆଦିବାସୀ କୃଷକଙ୍କୁ ତାଲିମ ପ୍ରଦାନ କରାଯାଉଛି । ୧୭ଟି ଗ୍ରାମରେ ପ୍ରାୟ ୪୨୪ ଏକରରୁ ଊର୍ଦ୍ଧ୍ୱ ପତିତ ଜମିକୁ ଫଳ ବଗିଚା (କଲମି ଆମ୍ବ ଏବଂ କାଜୁ)ରେ ରୂପାନ୍ତରିତ କରାଯାଇଛି ଏବଂ ସେଠାର ୮୫% ଗଛ ବଞ୍ଚିରହିଛି । ଏହି ପ୍ରକଳ୍ପ ୭୬ଟି ଭୂମିହୀନ ପରିବାର ଦ୍ୱାରା ଛେଳି ପାଳନକୁ ପ୍ରୋତ୍ସାହିତ କରିଛି ଏବଂ ଏହାଦ୍ୱାରା ଛେଳି ସଂଖ୍ୟା ୬୪୦ (ପ୍ରତି ପରିବାର ପାଇଁ ୮ଟି ଛେଳି)ରେ ପହଞ୍ଚିଛି । ଜଳସେଚନ ସୁବିଧା ନଥିବା ୧୩୦ ଏକର ଜମିକୁ ସୌରଶକ୍ତି ଚାଳିତ ନଦୀଜଳ ଉଠାଣ ଏବଂ ଜଳଧାର ଗତିପଥ ପରିବର୍ତ୍ତନ ଭିତ୍ତିକ ଜଳସେଚନ ବ୍ୟବସ୍ଥାରେ ଜଳସେଚିତ କରାଯାଇପାରିଛି । ଉକ୍ତ ଅଞ୍ଚଳରେ ମୋଟ ୨.୯୪୮ ଫଳ ଚାରା ଏବଂ ୧୯,୮୦୧ରୁ ଅଧିକ ଜଙ୍ଗଲ ସୃଷ୍ଟିକାରୀ ବୃକ୍ଷଚାରା ରୋପଣ କରାଯାଇଛି, ଯାହା ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ହ୍ରାସ କରୁଛି । ଏହା ମଧ୍ୟ ପନିପରିବା ଚାଷକୁ ପ୍ରୋତ୍ସାହିତ କରିବା ଜରିଆରେ କୃଷକ ପରିବାରଗୁଡିକ ପାଇଁ ପୋଷଣଗତ ସୁରକ୍ଷା ଦିଗର ସମାଧାନ କରୁଛି ବୋଲି ଶ୍ରୀ ବେଗ୍ କହିଛନ୍ତି ।
ମୂଲଚାଲ କରିବା କ୍ଷମତା ବୃଦ୍ଧି ଏବଂ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବା ସକାଶେ ଉଦ୍ୟାନ ବିକାଶ ସମିତିଗୁଡିକ ଜରିଆରେ ସାମୂହିକ ବିକ୍ରିବଟା ବ୍ୟବସ୍ଥା ହାତକୁ ନିଆଯାଇଛି । ହିତାଧିକାରୀଙ୍କର ବ୍ୟାଙ୍କ ଖାତା ଖୋଲାଯାଇ ଏବଂ ବ୍ୟାଙ୍କ କାରବାର କରିବାକୁ ସେମାନଙ୍କୁ ଉତ୍ସାହିତ କରି ହିତାଧିକାରୀଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯାଉଛି । ଆନ୍ତଃକୃଷି ଦ୍ୱାରା ପ୍ରତି କୃଷକଙ୍କର ମାସିକ ହାରାହାରି ଆୟ ୩ହଜାରରୁ ୪ହଜାର ଟଙ୍କା ହେଉଛି ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବାକୁ ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଗ୍ରୁପ୍ର ସିଏସଆର୍ କାର୍ଯ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରାଯାଉଛି । ଗ୍ରୁପ୍ର ଲକ୍ଷ୍ୟ ହେଉଛି ଏହା ବ୍ୟବସାୟ ପରିଚାଳନା କରୁଥିବା ସ୍ଥାନଗୁଡିକରେ ବାସ କରୁଥିବା ଜନସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ଅବଦାନ ରଖିବା ଏବଂ ଏହା କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉନ୍ନତ, ଦୀର୍ଘସ୍ଥାୟୀ ଜୀବନ ଧାରଣ କ୍ଷେତ୍ର ନିର୍ମାଣ କରିବା । ଏଥିସହିତ ଦେଶର ମାନବ ସମ୍ବଳ ସୂଚୀରେ ଉନ୍ନତି ଆଣିବା ମଧ୍ୟ ଏହାର ଲକ୍ଷ୍ୟ ହୋଇଛି । ଗ୍ରୁପ୍ର ସିଏସଆର୍ ଦୂରଦୃଷ୍ଟି ୟୁଏନଏସ୍ଡିଜିର ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ଲକ୍ଷ୍ୟ ମୁତାବକ ହୋଇଛି ।
ରାଜ୍ୟ
କୃଷକଙ୍କୁ ସହାୟତାର ହାତ ବଢାଉଛି ୟୁଏଆଇଏଲ୍ର ‘ପ୍ରୋଜେକ୍ଟ ୱାଡି’
- Hits: 298