ପୋଲିସ, ଅଗ୍ନିଶମ ଓ ସ୍ବେଚ୍ଛାସେବୀ ଙ୍କର ସହାୟତାରେ ଉଦ୍ଧାର ହୋଇଥିଲା
ବରଗଡ :- ବରଗଡ ଜିଲ୍ଲା ନୃସିଂହନାଥ ଫରେଷ୍ଟ ରେଞ୍ଜ ଅଂଚଳରେ ଥିବା ବି ଏସ ଏନ ଏଲ ଟାୱାର ଗେଟ ସମ୍ମୁଖରେ ଆଜି ଦିପହର ସମୟରେ ଏକ ଜଙ୍ଗଲୀ ସମ୍ବର କ୍ଷତାକ୍ତ ଅବସ୍ଥାରେ ପଡିଥିବା ଲୋକେ ଦେଖିବାକୁ ପାଇବା ପରେ ତୁରନ୍ତ ଜଙ୍ଗଲ ବିଭାଗ , ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ , ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଆସି ଦେଖିଲେ ଯେ , ଗେଟ ସମ୍ମୁଖରେ ଥିବା ଏକ ନାଲି ଉପରେ ପଡିଥିବା ଲୁହା ଜାଳି ରେ ସମ୍ବର ର ସମ୍ନାର ବାମ ପଟ ଗୋଡ଼ ଫସି ଯାଇ କ୍ଷତାକ୍ତ ହେବା ସହିତ ଗୋଡ଼ଟି ଭାଙ୍ଗି ଯାଅଛି । ତୁରନ୍ତ ଜନ୍ତୁକୁ ମେଡ଼ିକାଲ ସହାୟତାର ଆବଶ୍ୟକତା ଥିବା କାରଣରୁ ତିନି ବିଭାଗ ର ଅଧିକାରୀ ମାନେ କିଛି ସ୍ବେଚ୍ଛାସେବୀ ଙ୍କର ସାହାଯ୍ୟ ରେ ସମ୍ବର କୁ ଉଦ୍ଧାର କରି ନୃସିଂହନାଥ ସ୍ଥିତ ପୁରୁଣା ରେଞ୍ଜ ଅଫିସ କୁ ନେଇ ଯାଇଥିଲେ । ହେଲେ ଅତି ଦୁର୍ଭାଗ୍ୟର ବିଷୟ ଯେ ରେଞ୍ଜ ଅଫିସ କୁ ପହଂଚିବା ମାତ୍ରକେ ସମ୍ବର ଟିର ମୃତ୍ୟୁ ହୋଇଯାଇଥିଲା । ଏଠି ବିରାଟ ପ୍ରଶ୍ନ ଯେ ଦୁର୍ଘଟଣା ର ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ କାହିଁକି ଆହତ ସମ୍ବର ର ଚିକିତ୍ସା କରାଗଲା ନାହିଁ ? ପ୍ରାୟ ଦୁଇ ଘଣ୍ଟା ପର୍ଯନ୍ତ ଅତି ପୀଡା ଦେଇ ଗତି କରିବା ପରେ ଶେଷରେ ଗୋଟିଏ ନିରୀହ ଜଙ୍ଗଲୀ ଜନ୍ତୁ ଅତି ବିକଳ ଅବସ୍ଥାରେ ପ୍ରାଣ ହରାଇଲା । ମୃତ ଶବର ବ୍ୟବଚ୍ଛେଦ ପରେ ତାର ଶବକୁ ସରକାର ଙ୍କର ନିୟମ ମୁତାବକ ସଂସ୍କାର କରାଯିବ ବୋଲି ରେଞ୍ଜର ଶ୍ରୀ ରାଜେନ୍ଦ୍ର ଭୋଇ ଜଣାଇଛନ୍ତି ।