ହେଡଲାଇନସ୍:

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ସଭାପତି ଶ୍ରୀଯୁକ୍ତ ଵିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ, ରାକ୍ଷୀ ପୂର୍ଣ୍ଣିମା, ଗଙ୍ଗାଧର ମେହେର ଜୟନ୍ତୀ ଓ ବିଂଶତମ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ ।
ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇ ରାକ୍ଷୀ ପୂର୍ଣ୍ଣିମା ପାଳନର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ତାଙ୍କ ସାହିତ୍ୟରେ ଦେଶାତ୍ମବୋଧ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ କାଳୀପଦ ପଣ୍ଡା ସ୍ଵାଧୀନତାର ଅମୃତ ମହୋତ୍ସବ ବିଷୟରେ ସାରଗର୍ଭକ ଭାଷଣ ପ୍ରଦାନ ସହିତ ସାହିତ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ଦିଗଦର୍ଶନ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ବନବିହାରୀ ଆସରର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ୩୫ରୁ ଅଧିକ କବି କବୟିତ୍ରୀ ନିଜ ନିଜର ସ୍ଵରଚିତ କବିତା ପାଠ କରିଥିଲେ । ଜଗତସିଂହପୁର ଜିଲ୍ଲାର ସୁସାହିତ୍ୟିକା ଶକୁନ୍ତଳା ପରିଡ଼ା କବିତାଗୁଡ଼ିକୁ ବେଶ୍ ସୁନ୍ଦର ଶୈଳୀରେ ସଂଯୋଜନା କରିଥିଲେ । ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ଏକବିଂଶତମ ଆସର ଆସନ୍ତା ସେପ୍ଟେମ୍ବର ମାସ ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ ।

0
0
0
s2sdefault