ହେଡଲାଇନସ୍:

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ: ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମlକାଙ୍କ ଗୁଣପୁରରୁ ବ୍ରହ୍ମପୁରକୁ ବଦଳି ହୋଇଥିବା ଯୋଗୁଁ ଆଜି ରାୟଗଡ ସଂସ୍କୃତି ଭବନ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ବସନ୍ତ କୁମାର ପ୍ରଧାନଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଅତିଥି ଭାବେ ଯୋଗ ଦେଇଥିଲେ । ଗୁଣପୁର ଉପଖଣ୍ଡ  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ନିମlକl ୨୦୧୬ରେ ଯୋଗଦାନ କରିବାପରେ ଆଜି ପର୍ଯ୍ୟନ୍ତ ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦନ କରିଥିବା ଯୋଗୁଁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ । ଚାକିରୀ ଜୀବନରେ ବଦଳି ଏକ ପ୍ରକ୍ରିୟା ଏଣୁ ବ୍ରହ୍ମପୁର ଭଳି ସ୍ଥାନକୁ ବଦଳି ହୋଇଥିବାରୁ ନିଜର ଅଧିକ ଦକ୍ଷତା ପ୍ରକାଶ କରିବାର ସୁଯୋଗ ମିଳିବ ବୋଲି ସେ କହିଥିଲେ । ସରକାରୀ ଚାକିରୀ ଓ ଅଧିକାରୀ ଭାବେ ପ୍ରଥମେ ଗୁଣପୁରରେ ଯୋଗଦାନ କରି ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଓ ଜିଲ୍ଲାର ଜାତୀୟ ଉତ୍ସବ ଏବଂ ଏହାସହ ବିଭିନ୍ନ କାର୍ଯ୍ୟକ୍ରମ କିପରି ସୁଚାରୁ ରୁପେ ସମ୍ପାଦନ ହୋଇ ପାରିବ ସେଥି ନିମନ୍ତେ ସବୁବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଠାରୁ ସମସ୍ତ କର୍ମଚାରୀ ଯେଉଁ ସହଯୋଗ କରିଥିଲେ ସେଇଥି ପାଇଁ ସମସ୍ତଙ୍କୁ ଶ୍ରୀମତୀ ନିମlକl ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ  ପ୍ରକ୍ଷେପକ ପୀତବାସ ବିଶ୍ବାଳ, ବଡ଼ବାବୁ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ଧନଞ୍ଜୟ ବେହେରା, କ୍ଷୀପ୍ର ଲିପିକ କୁମୁଦିନୀ ମିଶାଲ, ସଂଚାଳକ ସମ୍ରାଟ ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ମୁନିଗୁଡା ନିଉଜର ସମ୍ପାଦକ ଗଣେଶ୍ୱର ରାଓ, ଅନନ୍ତ ପାତ୍ର, ଶ୍ରୀକାନ୍ତ ବିଶ୍ୱାଳ, ଜଗୁଳୁ ମlଣ୍ଡlଙ୍ଗୀ, ସଂସ୍କୃତି କାର୍ଯ୍ୟାଳୟର ମାରିଆ କିରୋ, ପ୍ରଦୀପ ମାଲ ବିଶାୟୀ, କାହ୍ନୁ ଚରଣ ପ୍ରଧାନ, ଅଜିତ ପଣ୍ଡା, କବିର ସଗଡ଼ିଆ ପ୍ରମୁଖ ଯୋଗ ଦେଇଥଲେ ।

0
0
0
s2sdefault