ପଦ୍ମପୁର: ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀଯୁକ୍ତ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ, ମୁଖ୍ୟବକ୍ତା ଭାବରେ ବରଗଡ଼ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ସମ୍ମାନୀତ ଅତିଥି ଭାବରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧର୍ମକୁମାର ଶତପଥୀ, ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହା, ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ସମ୍ପାଦକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ବିନିଲତା ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷା ଶ୍ରୀମତୀ ନମିତା ସାହା ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଓ ଚୌଧୁରୀ ଜୀବନାନନ୍ଦ ସାହୁଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ । ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ମିନତି ଦାଶ ପ୍ରତିଷ୍ଠା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାଶେଷରେ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ବିତୀୟ ଅଧିବେଶନରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ, ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଓ ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥୀ । ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ସୁଶ୍ରୀ ରବିନା ପଧାନ, ସୁଶ୍ରୀ ସଂଯୁକ୍ତା ଭୋଇ, ଶ୍ରୀମତୀ ନିଳୀମାରାଣୀ ମହାନ୍ତି, ଶ୍ରୀମତୀ ଜ୍ୟୋତିରେଖା ମହାନନ୍ଦ ଏବଂ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଚିନ୍ତାମଣୀ ସାହୁ, ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଚୌହାନ ଓ ଶ୍ରୀ ଦିପ୍ତୀରଞ୍ଜନ ମଲ୍ଲିକ । ଶ୍ରୀମତୀ ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ସହଯୋଗ କରିଥିଲେ ।
ରାଜ୍ୟ
ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ
- Hits: 614