ବାସୁଦେବପୁର/ପ୍ରତାପ ପାଢ଼ୀ - କିଛି ଦିନ ଧରି ବାସୁଦେବପୁର ରେ ପୌର ପରିଷଦ ର ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଦେଖିବାକୁ ମିଳୁଛି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ। ବିଦ୍ୟାଳୟ କୁ ଆସୁଥିବା ମଧ୍ୟାହ୍ନ ଭୋଜନ ନିମ୍ନ ମାନର, ପୋକ ଜୋକ ବାହାରୁ ଥିବାର ଅଭିଯୋଗ କରି କିଛି ବିଦ୍ୟାଳୟ ରୁ ଅଭିଭାବକ ମାନେ ଖାଦ୍ୟ ଫେରାଇ ଦେଉ ଥିବାର ଦେଖାଯାଉଛି। ଏଣୁ ଏହି ନିମ୍ନ ମାନର ଖାଦ୍ୟ ଯୋଗାଣ ବନ୍ଦ କରି ଉଚିତ୍ ଖାଦ୍ୟ ଯୋଗାଣ କରିବାକୁ ଏବଂ ଶୀଘ୍ର ପଦକ୍ଷେପ ନେବାକୁ ଆଜି ବାସୁଦେବପୁର ନଗର ଯୁବ କଂଗ୍ରେସ ପକ୍ଷ ରୁ ଏକ ଦାବିପତ୍ର ସ୍ଥାନୀୟ ପୌର ଅଧିକାରୀ ଏବଂ ବ୍ଲକ ଶିକ୍ଷା ବିଭାଗ ର ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି। ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ ଙ୍କ ସହ ଅକ୍ଷୟ ବାରିକ, ହରି ଶଙ୍କର ପଟ୍ଟନାୟକ, ସିଦ୍ଧାନ୍ତ ଦାସ ଓ ଅନ୍ୟ ମାନେ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଛନ୍ତି।
ରାଜ୍ୟ
ନିମ୍ନ ମାନର ଖାଦ୍ୟ ଯୋଗାଣ ର ପଦକ୍ଷେପ ପାଇଁ ଯୁବ କଂଗ୍ରେସ ପକ୍ଷ ରୁ ଦାବିପତ୍ର ପ୍ରଦାନ।
- Hits: 488