ହେଡଲାଇନସ୍:

ବାଲ୍ୟବିବାହ ବିରୋଧରେ ଶପଥ ନେଲେ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବାଲ୍ୟବିବାହ ବିରୋଧରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଲକ ସାକେରି ପଞ୍ଚାୟତ ରାହାସ ବିଦ୍ୟାପୀଠ ଠାରେ ପ୍ରଧାନ ଶିକ୍ଷକ ରଘୁନାଥ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସୋମବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ବିବାହକୁ ନା' ଏବଂ ବିଦ୍ୟାଳୟକୁ ହଁ’ ଶୀର୍ଷକ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ୧ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସାମିଲ ହୋଇ ଶପଥ  ଗ୍ରହଣ କରିଥିଲେ । ବାଲ୍ୟ ବିବାହ ପରି ଘୃଣ୍ୟ ପରମ୍ପରାକୁ ସମାଜରୁ ସମ୍ପୂର୍ଣ୍ଣ ଭାବରେ ବିଲୋପ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ବାଲ୍ୟ ବିବାହର କୁପରିଣାମ ଓ ପରବର୍ତ୍ତୀ ସମୟରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଯାଇଥିଲା । ଏଥି ସହିତ ନିଜ ଚେଷ୍ଟାରେ ଅତି କମ୍‌ରେ ୧୦ କିଶୋର, କିଶୋରୀ, ଯୁବକ, ଯୁବତୀଙ୍କୁ ଏସମ୍ପର୍କରେ ଅବଗତ କରାଇ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିବାକୁ ପ୍ରବର୍ତ୍ତାଇ ଥିଲେ । କେବଳ ବାଲ୍ୟବିବାହ ନୁହେଁ, ଶିଶୁ ଶ୍ରମିକ ଭଳି କୁତ୍ସିତ  ପ୍ରଥାକୁ ବିରୋଧ କରିବା ସହିତ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ  ବିଦ୍ୟାଳୟ ଚତୁଃପାଶ୍ୱର୍ରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।

0
0
0
s2sdefault