ପଦ୍ମପୁର: ପଦ୍ମପୁର ଉପଖଣ୍ଡ ସରେଇକେଲା ପଞ୍ଚାୟତ ଅନ୍ତର୍ଗତ ସୁକୁଲିପାହାଡ ଗ୍ରାମରେ ଅଜଣା ରୋଗର ଆତଙ୍କ ଗାଁ ରେ ଜ୍ବର ଲାଗି ରହିଛି ଯାହାର କାରଣ ଜଣା ପଡ଼ିନାହିଁ । ତେଣୁ ଏକ ଡାକ୍ତରୀ ଟିମ ଯାଇ ଘଟଣା ସ୍ଥଳରେ ଲୋକଙ୍କ ଯାଞ୍ଚ କରୁଛନ୍ତି। ଏହି ଜ୍ବର ଗାଁ ର ଚିନ୍ତା ବଢାଇ ଦେଇଛି। ଅଜଣା ରୋଗରେ ମୁଖ୍ୟତଃ ଜ୍ବର ହେବା ସହ ରୋଗୀ ର ଦେହ ଦୁର୍ବଳ ହେଇ ଯାଉଛି। ଡାକ୍ତରୀ ଦଳ ଦ୍ବାରା ପାଖାପାଖି ୧୦୦ ଟି ରକ୍ତ ନମୁନା ଯାଞ୍ଚ କରାଯାଇଥିବା ପଦ୍ମପୁର ଏସଡିଏମଓ ସୁଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଜଣେ ୩ମାସର ଶିଶୁ ଏହି ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଗୁରୁତର ଥିବା ଜଣାପଡିଛି। ପ୍ରଥମେ ଜ୍ଵର ଓ ଦେହ ହାତ ବ୍ୟଥା ମୁଣ୍ଡ ବୁଲେଇବା ପରି ଲକ୍ଷଣ ଥିବା ଜଣାପଡିଛି । ଗୁରୁତର ୫ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବୁର୍ଲା ଡ଼ାକ୍ତରଖାନାରେ, ଜଣକୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କୁ ପଦ୍ମପୁର ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ପଦ୍ମପୁର ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଦୁଇଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡ଼ାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଗ୍ରାମର ଲୋକେ ସରକାରୀ ଚିକିତ୍ସାରେ ଅସନ୍ତୁଷ୍ଟ ଥିବା ଜାହିର କରୁଛନ୍ତି।
ରାଜ୍ୟ
ସୁକୁଲିପାହାଡ ଗ୍ରାମରେ ଅଜଣା ରୋଗ, ଜଣେ ମୃତ ୫ ଗୁରୁତର
- Hits: 2116