ହେଡଲାଇନସ୍:

ଭୂତଳ ଜଳସ୍ତର ବୃଦ୍ଧି ପାଇଁ ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୨ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ : ଗୋଷ୍ଠି ସହଭାଗିତାକୁ ଅଗ୍ରାଧିକାର

ଭୁବନେଶ୍ୱର,- ଦ୍ରୁତ ଶିଳ୍ପାୟନ ସମେତ ସହରୀକରଣ ଯୋଗୁଁ ହ୍ରାସ ପାଉଥିବା ଭୂତଳ ଜଳସ୍ତରକୁ ରୋକିବା ସହିତ ଜଳସ୍ତର ବୃଦ୍ଧିପାଇଁ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ସମସ୍ତ ୧୧୫ ପୌରାଞ୍ଚଳ ଅନ୍ତର୍ଗତ ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପୌରାଞ୍ଚଳ ମାନଙ୍କରେ ଥିବା ପାର୍କ, ଖେଳପଡିଆ ଭଳି ଖୋଲା ସ୍ଥାନଗୁଡିକରେ , ସୁସଂଯୋଜିତ ଶ୍ରମ ନିୟୋଜନ ଭିତ୍ତିକ କାର୍ଯ୍ୟକ୍ରମ \" ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ\' (ମୁକ୍ତା) ଅଧୀନରେ ଦ୍ରୁତ ଗତିରେ ବୃଷ୍ଟି ଜଳ ଅମଳ ପ୍ରକଳ୍ପ ମାନ ର୍ନିମାଣ କରାଯାଇଛି ।
ଗତ ବର୍ଷ ଏପ୍ରିଲ ମାସରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଏବଂ ମହାନଗର ନିଗମର କମିଶନର୍ ତଥା ପୌରସଂସ୍ଥାର ର୍ନିବାହୀ ଅଧିକାରୀଙ୍କ ନେତୃôରେ ସିଟି ଲେଭଲ୍ କୋର୍ ଗ୍ରୁପ୍ ଗଠନ କରାଯାଇଥିଲା ଏବଂ ମୌସୁମୀ ଋତୁ ଆରମ୍ଭ ପୂର୍ବରୁ ୧୩,୦୦୦ ବର୍ଷା ଜଳ ଅମଳ ପ୍ରକଳ୍ପ ପ୍ରତିଷ୍ଠା କରିବାର ଲକ୍ଷ୍ୟ ପୂରଣ କରା ଯାଇଥିଲା । ଚଳିତ ବର୍ଷ ମୌସୁମୀ ଋତୁ ଆରମ୍ଭ ପୂର୍ବରୁ୨୫ ,୦୦୦ ବର୍ଷା ଜଳ ଅମଳ ପ୍ରକଳ୍ପ ପ୍ରତିଷ୍ଠା କରିବାର ଲକ୍ଷ୍ୟଧାର୍ଯ୍ୟ
କରାଯାଇଥିବା ସ୍ଥଳେ ନିଷ୍ଠାପର ଦାୟିତ୍ୱ ସମ୍ପାଦନ ଏବଂ ୧୦,୧୧୬ ମିଶନ୍ ଶକ୍ତି ଗୋଷ୍ଠୀ ତଥା ବସ୍ତି ବାସିନ୍ଦା ସଂଘ ସଦସ୍ୟଙ୍କ ସାଙ୍ଗଠନିକ ଦକ୍ଷତା ଓ ସହଯୋଗ ଭିତ୍ତିରେ ୨୨,୭୬୬ ପ୍ରକଳ୍ପ ର୍ନିମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ସହରାଞ୍ଚଳ ବୃଷ୍ଟି ଜଳ ସଂରକ୍ଷଣ ପ୍ରକଳ୍ପ ପରିଚାଳନାରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଛି ଏବଂ ଏହା କରିବାର ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣଦିଗ ହେଉଛି ଯେ ଭୂତଳ ଜଳ ରିଚାର୍ଜ ସୁନିଶ୍ଚିତ କରିବା ସହ ଏହା ଜଳପ୍ରବାହ ଜନିତ ବନ୍ୟାକୁ ହ୍ରାସ କରିବାରେ ସହାୟକ ହେବ । ଏହା ପୌରାଞ୍ଚଳରେ ଳଜଳସ୍ତର ସନ୍ତୁଳନ ଏବଂ ଜଳବାୟୁ ପରିବର୍ତ୍ତନର ଆପଦ ହ୍ରାସ କରିବା ସୁନିଶ୍ଚିତ କରିବ ।
ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସହରାଞ୍ଚଳ ବାସଗୃହ ଛାତରେ ବର୍ଷା ଜଳ ଅମଳ ନିମନ୍ତେ ମଧ୍ୟ ଅଗ୍ରାଧିକାର ଦିଆଯାଇଛି । ପ୍ରକଳ୍ପ ଅନ୍ତର୍ଗତ ବାସଗୃହ ଛାତରୁ ବର୍ଷା ଜଳ ପାଇପ୍ ଯୋଗେ ଗୃହ ନିକଟରେ ଥିବା ପିଟରେ ପଡ଼ିଥାଏ , ତେଣୁ ଏହି ପାଣି ବାହାରକୁ ବହି ନଯାଇ ମାଟି ତଳକୁ ଯିବା ସହ ସେଠାରେ ଭୂତଳ ଜଳ ସ୍ତରକୁ ବା଼ଇବାରେ ସାହାଯ୍ୟ କରିଥାଏ । ବର୍ଷା ଜଳ ଅମଳ ପ୍ରକଳ୍ପ ଫଳରେ ନିକଟରେ ଥିବା କୂଅ, ପୋଖରୀ, ଟ୍ୟୁବୱେଲ ଓ ବୋରୱେଲ୍ ଆଦି ଜଳ ଉତ୍ସର ସ୍ତର ବୃଦ୍ଧି ପାଇଥାଏ । ଏଥି ଯୋଗୁଁ ସହରାଞ୍ଚଳରେ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ପାଣିର ଅଭାବ ଦୂର ହୋଇ ପାରିଛି । ଏହି ପ୍ରକଳ୍ପ ସହ ଶ୍ରମ ନିୟୋଜନ ଭିତ୍ତିକ କାର୍ଯ୍ୟକ୍ରମ \"ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ\' (ମୁକ୍ତା) କୁ ଯୋଡ଼ାଯାଇ ସ୍ଥାନୀୟ ମିଶନ୍ ଶକ୍ତି ଗୋଷ୍ଠୀ ତଥା ବସ୍ତି ବାସିନ୍ଦା ସଂଘ ସଦସ୍ୟଙ୍କ କର୍ମନିଯୁକ୍ତି ଦିଆଯାଉଛି ।
ଉଲ୍ଲେଖନୀୟ ଯେ ସହରାଞ୍ଚଳର ଗରିବ, ପ୍ରବାସୀ ଯେଉଁମାନେ କୋଭିଡ଼ ଦ୍ୱାରା ପ୍ରଭାବିତ ହୋଇଥିଲେ ସେମାନଙ୍କ ଲାଗି ଏହା ବେଶ୍‌ ସହାୟକ ହୋଇପାରିଛିା \" ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ\' (ମୁକ୍ତା) ରାଜ୍ୟର ସମସ୍ତ ୧୧୫ ପୌର ସଂସ୍ଥାର ଗରିବ ଓ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇ ଦେଉଛି । ବର୍ଷା ଜଳ ଅମଳ ପ୍ରକଳ୍ପକୁ ବ୍ୟାପକ କରି ଜଳ ସଙ୍କଟର ସମାଧାନ ପାଇଁ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ତଥା ବିଭିନ୍ନ ପୌର ପ୍ରଶାସନ ଲକ୍ଷ୍ୟ ରଖିବା ସହ ଅଗୋମୀ ଦିନରେ ଅଧିକରୁ ଅଧିକ ଏଭଳି ପ୍ରକଳ୍ପ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ମାନ ନିଆଯାଉଛି ।

0
0
0
s2sdefault