‘ମୋ ସ୍କୁଲ’ ପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ରହିଛି- ଉପବାଚସ୍ପତି ସାନନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ସାନ୍ତାଳ ପରିବାରରୁ ଆସିଥିବାରୁ ଓଡ଼ିଆ ଭାଷାରେ ଶିକ୍ଷା କରିବା କ୍ଷେତ୍ରରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଅଧ୍ୟୟନ କ୍ଷେତ୍ରରେ ରୁଚି ନଥିଲା । କିନ୍ତୁ ଏହି ଶରତ ଚନ୍ଦ୍ର ବିଦ୍ୟାପୀଠର ଜନୈକ ଶିକ୍ଷୟତ୍ରୀ ଓ ମୋର ମାତାଙ୍କ ଦଣ୍ଡଯୁକ୍ତ ଶାସନ ଜୀବନରେ ପରିର୍ତ୍ତନ ଆଣି ଦେଇଥିଲା" 

ବାରିପଦା( ଦିଲ୍ଲୀପ ମହାନ୍ତି )- ଆମ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ଶିକ୍ଷା ଅପରିହାର୍ଯ୍ୟ ଏବଂ ଏହା ବିଦ୍ୟାଳୟରେ ଆମକୁ ମିଳିଥାଏ । ଏହି ବିଦ୍ୟାଳୟ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ରହିଛି । ବାରିପଦା ସହରର ଶରତ ଚନ୍ଦ୍ର ବିଦ୍ୟାପୀଠର ପଛ ଧାଡ଼ିରେ ବସି ଅଧ୍ୟୟନ କରୁଥିଲି । ଉକ୍ତ ବିଦ୍ୟାଳୟରୁ ରାଜନୀତି ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା । ସାନ୍ତାଳ ପରିବାରରୁ ଆସିଥିବାରୁ ଓଡ଼ିଆ ଭାଷାରେ ଶିକ୍ଷା କରିବା କ୍ଷେତ୍ରରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଅଧ୍ୟୟନ କ୍ଷେତ୍ରରେ ରୁଚି ନଥିଲା । କିନ୍ତୁ ଏହି ଶରତ ଚନ୍ଦ୍ର ବିଦ୍ୟାପୀଠର ଜନୈକ ଶିକ୍ଷୟତ୍ରୀ ଓ ମୋର ମାତାଙ୍କ ଦଣ୍ଡଯୁକ୍ତ ଶାସନ ଜୀବନରେ ପରିର୍ତ୍ତନ ଆଣି ଦେଇଥିଲା । ତେଣୁ ଏହି ଶରତ ଚନ୍ଦ୍ର ବିଦ୍ୟାପୀଠର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କ୍ଷେତ୍ରରେ ମୋର ଗୁରୁ ଦାୟିତ୍ୱ ରହିଛି ବୋଲି ବିଦ୍ୟାଳୟର ମୋ ସ୍କୁଲ କାର୍ଯ୍ୟକ୍ରମରେ ମୟଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇ ମତପୋଷଣ କରିଥିଲେ । ବାରିପଦା ପୌରପରିଷଦର ଶରତ ଚନ୍ଦ୍ର ବିଦ୍ୟାପୀଠର ପ୍ରଥାନ ଶିକ୍ଷକ ସରୋଜ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମୋ ସ୍କୁଲ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବରିଷ୍ଠ ଗଣମାଧ୍ୟମର ପ୍ରତିନିଧି ବିଜୟ ଅଗ୍ରୱାଲା ମୋ ସ୍କୁଲ ଅଭିଯାନର ସଫଳ ରୂପାୟନ ପରିପ୍ରେକ୍ଷୀରେ ପୁରାତନ ଛାତ୍ର ସଂସଦ ଗଠନ ଉପରେ ଗୁରୁତ୍ୱାରୋପ କରିଥିବା ସମୟରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି, ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁ, ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟର ପୂର୍ବତନ ସଚିବ ଡ଼ଃ ଅରୁଣ ରଥ, ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ତଥା ପୂର୍ବତନ ଛାତ୍ର ଡ଼ା. ମହାଦେବ ଦାସ, ଅତିରିକ୍ତ ଗୋଷ୍ଠୀ  ଶିକ୍ଷା ଅଧିକାରୀ ପ୍ରଭାତୀ ପଟ୍ଟନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ହରିନାରାୟଣ ମିଶ୍ର, ଉପାଧ୍ୟକ୍ଷ ଜିଲ୍ଲା ପରିବେଶ ସମିତି ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ସରକାରଙ୍କ ମୋ ସ୍କୁଲ ଅଭିଯାନେ ଉଦ୍ଦେଶ୍ୟ ,ଲକ୍ଷ୍ୟ ଓ ଏହାର ସଫଳ ରୂପାୟନ ଉପରେ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୋନାଲୀସା ଦାସ ସ୍ୱାଗତ ଭାଷଣ ଓ ଶେଷରେ ଏମପିସି ମହାବିଦ୍ୟାଳୟର ରିଡ଼ର ରାଜେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ 

0
0
0
s2sdefault