ହେଡଲାଇନସ୍:

ଜିଲ୍ଲାପାଳଙ୍କର ଫଇସଲା ଅନ ଦ ସ୍ପଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଭିଯୋଗ ଶୁଣାଣି କାର୍ଯକ୍ରମରୁ ସିଧା ଥାନାକୁ ଗଲେ ଦୁଇ ଅଧିକାରୀ

ରେକର୍ଡ 171 ଅଭିଯୋଗ ର ଶୁଣାଣି କଲେ ଜିଲ୍ଲାପାଳ

ବରଗଡ :- ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଆଜି ଜିଲ୍ଲା ସ୍ଥାରୀୟ ଅଧିକାରୀ ତଥା ସ୍ଥାନୀୟ ଅଧିକାରୀ ମାନଙ୍କ ସହିତ ଝାରବନ୍ଧ ବ୍ଲକ ରେ ଅଭିଯୋଗ ଶୁଣାଣି କରିଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ରେକର୍ଡ 171 ଗୋଟି ଅଭିଯୋଗ ର ଶୁଣାଣି କରି ଉଚିତ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।
ଝାରବନ୍ଧ ବ୍ଲକ ର ଅଭିଯୋଗ ଶୁଣାଣି ର ଆଜିର ମୁଖ୍ୟ ଆଲୋଚ୍ୟ ବିଷୟ ହେଲା , ଜିଲ୍ଲାପାଳଙ୍କ ଙ୍କର ନିର୍ଦେଶ ରେ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ର ଝାରବନ୍ଧ ପି ଆଇ ଏ ଋଷିମଣି ମାଝୀ ଓ ତାଙ୍କର ଜଣେ ଆଉଟ ସୋରସିଙ୍ଗି ପ୍ରୋଜେକ୍ଟ ଅସୋସିଏଟ ବିଶ୍ୱ ସେଠ ଙ୍କର , ଅଭିଯୋଗ ଶୁଣାଣି ଶିବିର ରୁ ସିଧା ଥାନା କୁ ଯାତ୍ରା । ପ୍ରାପ୍ତ ସୂଚନା ଅନୁସାରେ ସରକାର ଙ୍କର RAD ଯୋଜନା ରେ ଗରିବ ଚାଷୀ ମାନଙ୍କର ଉନ୍ନତି ପାଇଁ ଆସିଥିବା ଅର୍ଥ ର ଏହି କରିତକର୍ମା ଅଧିକାରୀ ମାନଙ୍କ ଦ୍ୱାରା ହଡପ କରାଯାଇଛି । ଆଜିର ଅଭିଯୋଗ ମୁତାବକ ଝାରବନ୍ଧ ବ୍ଲକ ର କୁକୁରିପାଳି ଗ୍ରାମର କିଛି ହିତାଧିକାରୀ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ଯେ RAD ଯୋଜନା ରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ରେ ଛେଳି କିଣିବା ପାଇଁ ସରକାର ଙ୍କର ତରଫରୁ ଟଙ୍କା ପଡିଥିଲା , ଟଙ୍କା ପଡିବା ପରେ ଏହି ଅଧିକାରୀ ମାନେ ହିତାଧିକାରୀ ମାନଙ୍କ ପାଖରୁ ଛେଳି କିଣି ଦେବୁ କହି ଆକାଉଣ୍ଟ ରେ ଜମା ହୋଇଥିବା ଟଙ୍କା ଆଣିଥିଲେ । ବହୁ ମାସ ବିତିଗଲା ପରେ ମଧ୍ୟ ହିତାଧିକାରୀ ମାନଙ୍କୁ ଛେଳି ପ୍ରଦାନ କରାଗଲା ନାହିଁ । ଉଭୟ ଅଧିକାରୀ ମାନଙ୍କ କୋଣସି ଖୋଜ ଖବର ବି ଲୋକେ ପାଇ ପାରିଲେ ନାହିଁ । ଏହାର କାରଣ ଋଷିମଣି ମାଝୀ ବରଗଡ଼ ଜିଲ୍ଲା ଝାରବନ୍ଧ ରେ କାର୍ୟ୍ଯ କରନ୍ତି , ଝାରବନ୍ଧ ରେ ଭଡା ଘରେ ରହୁଥିବା ଦର୍ଶାଇ ବରାବର ସରକାର ଙ୍କର ତହବିଲ ରୁ ଘର ଭଡା ମଧ୍ୟ ଅସୁଲ କରନ୍ତି ହେଲେ ବାବୁ ଜଣକ ନୂଆପଡା ଜିଲ୍ଲାର ଖରିଆର ରୋଡ଼ ରେ ରୁହନ୍ତି । ଅତି ଆବଶ୍ୟକ ନ ହେଲେ ସେ ତାଙ୍କର ଅଫିସ କୁ ମଧ୍ୟ ଆସନ୍ତି ନାହିଁ । ଏହାର ସୁଯୋଗ ନେଇ ତାଙ୍କ ଅଧୀନରେ କାର୍ଯରତ ଆଉଟ ସୋରସିଙ୍ଗି ପ୍ରୋଜେକ୍ଟ ଅସୋସିଏଟ ବିଶ୍ୱ ସେଠ ଏବେ ସ୍ଥାନୀୟ ଅଞ୍ଚଳରେ ବିଭାଗୀୟ ମୁଖ୍ୟ ପାଲଟି ଯାହା ପାରେ ତାହା କରି ଚାଲିଛନ୍ତି । ଝାରବନ୍ଧ ଅଂଚଳରେ ହେଉଥିବା ସମସ୍ତ କଲା କାରନାମା ବାବଦରେ ବିଭାଗୀୟ ଜିଲ୍ଲା ସ୍ଥାରୀୟ ଅଧିକାରୀ ମାନେ ଭଲଭାବରେ ଅବଗତ ଅଛନ୍ତି। କିନ୍ତୁ ଆଉଟ ସୋରସିଙ୍ଗି କର୍ମଚାରୀ ମାନଙ୍କୁ ରୋକିବା ତ ଦୂରର କଥା ସେମାନଙ୍କୁ ପଦେ କହିବା ସତ ସାହସ ମଧ୍ୟ ଜୁଟେଇ ପାରୁ ନାହାନ୍ତି । ଶେଷରେ ଆଜି ହିତାଧିକାରୀ ମନେ ଅତିଷ୍ଠ ହୋଇ ଜିଲ୍ଲାପାଳ ଙ୍କର ନିକଟରେ ଗୁହାରି କରିଛନ୍ତି । ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ ଝାରବନ୍ଧ ଥାନା ଅଧିକାରୀ ଙ୍କୁ ଅଧିକାରୀ ମାନଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ କରିବାକୁ କହିଥିଲେ ।

ତେବେ ପ୍ରାପ୍ତ ସୂଚନା ଅନୁସାରେ ବିଶ୍ୱ ସେଠ ଓ ଅନ୍ୟ ଜଣେ ଝାରବନ୍ଧ ଥାନାରେ ହିତାଧିକାରୀ ମାନଙ୍କୁ ଟଙ୍କା ଫେରାଇଦେବେ ବୋଲି ଲିଖିତ ଭାବରେ ପ୍ରତିଶୃତି ଦେବା ପରେ ଥାନରୁ ଫେରିଥିବା ଜଣା ପଡ଼ିଛି । ଏଠାରେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଲା ଯେ ଏହି ବାବୁ ମାନେ ହିତାଧିକାରୀ ମାନଙ୍କର ଟଙ୍କା ହଡପ କରିଥିଲେ , ନହେଲେ ଫରାଇବାକୁ ପ୍ରତିଶୃତି ଦିଅନ୍ତେ କାହିଁକି ? ଏହି କରିତକର୍ମା ବାବୁ ମାନଙ୍କର ନିକଟରୁ ସମସ୍ତ ଅର୍ଥ ଭରଣା କରି ଏହି ବାବୁ ମାନଙ୍କର ବିରୋଧରେ ଦୃଢ଼ ରୁ ଦୃଢ଼ , ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସ୍ଥାନୀୟ ସଚେତନ ନାଗରିକ ମାନେ ମତ ଦେଇଛନ୍ତି ।

0
0
0
s2sdefault