ଭୁବନେଶ୍ୱର/ଟିକିରି: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଜିଲ୍ଲା ପ୍ରଶାସନ ସହିତ ମିଶି କାଶୀପୁରରେ ହଇଜା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଏହାର ପାରୁପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛି ।
ଉତ୍କଳ ଆଲୁମିନାର ୟୁନିଟ ହେଡ୍ ଶ୍ରୀ ମଜହର ବେଗ୍, ଶ୍ରୀ ଦେବାଶିଷ କର, ବିଡିଓ କାଶୀପୁର, ଶ୍ରୀ ଶରତ ଚନ୍ଦ୍ର ସବର, ତହସିଲଦାର କାଶୀପୁରଙ୍କ ସହିତ ଟିକିରିର ଝୋଡିଆ ସାହି ଏବଂ ଡୁଡୁକାବାହାଲର ସର୍ବାଧିକ ପ୍ରଭାବିତ ଅଞ୍ଚଳ ଗସ୍ତକରି ପରିବାରଗୁଡିକୁ ଜାର୍ରେ ପ୍ୟାକିଂ ହୋଇଥିବା ପାନୀୟ ଜଳ ବଣ୍ଟନ କରିଥିଲେ । ପ୍ରତ୍ୟେକ ୨୦ ଲିଟର କ୍ଷମତା ବିଶିଷ୍ଟ ଶୁଦ୍ଧ ପାନୀୟ ଜଳ ଭର୍ତ୍ତି ହୋଇଥିବା ପ୍ରାୟ ୫୦୦ ୟୁନିଟ୍ ଉଭୟ ଗ୍ରାମର ପ୍ରଭାବିତ ପରିବାରଗୁଡିକ ମଧ୍ୟରେ ବଣ୍ଟନ କରାଯାଇଥିଲା ।
ଏଥିସହିତ ଉତ୍କଳ ଆଲୁମିନା ୭ଟି ପାଣି ଟ୍ୟାଙ୍କର ଜରିଆରେ ୭ଟି ଗ୍ରାମ (କାକୁଡିପଦର, ଗୁଗୁପୋଟ, ପାଞ୍ଚାଳି, ରାମୁଗୁଡା, ମାଇଲିଗୁଡା, ଟିକିରି ହରିଜନ ସାହି, ଡେଙ୍ଗାଗୁଡା)ରେ ପାନୀୟ ଜଳ ଯୋଗାଇ ଦେଉଛି । ସର୍ବାଧିକ ପ୍ରଭାବିତ ଟିକିରି ଝୋଡିଆସାହି ଏବଂ ଡୁଡୁକାବାହାଲ ଗ୍ରାମକୁ ପରିଷ୍କାର କରାଯିବା ସହିତ ବ୍ଲିଚିଂ ପାଉଡର ପକାଯାଇ ବିଶୋଧନ କରାଯାଇଛି । ଜଳ ଉତ୍ସଗୁଡିକରେ ମଧ୍ୟ କ୍ଲୋରିନ ପ୍ରୟୋଗ କରାଯାଇଛି ।
ଉତ୍କଳ ଆଲୁମିନାର ମାଇକ ବ୍ୟବସ୍ଥା ଥିବା ଏକ ଜନସଚେତନତା ସୃଷ୍ଟିକାରୀ ଭ୍ୟାନ୍ ହଇଜା ସଂକ୍ରମଣକୁ ରୋକିବା ଦିଗରେ ପାରିପାର୍ଶ୍ଵିକ ଗ୍ରାମଗୁଡିକରେ ସଚେତନତା ସୃଷ୍ଟି କରୁଛି । ଏହି ଭ୍ୟାନ୍ ରୋଗ ଏବଂ ଏହାର ନିରାକରଣ ପଦକ୍ଷେପଗୁଡିକ ସମ୍ପର୍କରେ ଗ୍ରାମବାସୀଙ୍କୁ ଆଇଇସି (ଲିଫ୍ଲେଟ ଏବଂ ହ୍ୟାଣ୍ଡଆଉଟ) ବଣ୍ଟନ କରିବା ସହିତ ସେମାନଙ୍କୁ ସଚେତନ କରାଉଛି ।
ଉତ୍କଳ ହସପିଟାଲରେ ହଇଜା ଆକ୍ରାନ୍ତ ଲୋକଙ୍କର ଚିକିତ୍ସା ନିମନ୍ତେ ୨୦ଟି ଇନ୍ଡୋର ଶଯ୍ୟା ସହିତ ୫୦ଟି ଶଯ୍ୟା ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ଷମ ରହିଛି । ଡାକ୍ତରମାନଙ୍କର ଏକ ଦଳ ରୋଗୀଙ୍କ ଚିକିତ୍ସା ନିମନ୍ତେ ନିରଳସ ଭାବରେ କାର୍ଯ୍ୟ କରୁଛନ୍ତି । ରୋଗୀଙ୍କୁ ମାଗଣାରେ ଚିକିତ୍ସା, ମାଗଣା ରହଣି, ମାଗଣା ଔଷଧ ଏବଂ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଗୁରୁତର ରୋଗୀଙ୍କୁ ଜରୁରୀ ଆବଶ୍ୟକତା କ୍ଷେତ୍ରେ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରିବାକୁ ଚବିଶ ଘଣ୍ଟିଆ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ପ୍ରସ୍ତୁତ ରହିଛି ।
“ଆମେ ସବୁ ଦିଗରୁ ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଏବଂ ଏହି ହଇଜା ସଂକ୍ରମଣରୁ ଆମ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ସକାଶେ ଆମେ ସର୍ବୋତ୍ତମ ସମ୍ଭବ ସେବା ଯୋଗାଇଦେବୁ । ଏହି ସଙ୍କଟରୁ ଉଦ୍ଧାର ପାଇବାକୁ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ଆମେ କାର୍ଯ୍ୟ କରୁଛୁ,” ବୋଲି ଶ୍ରୀ ମଜହର ବେଗ୍, ୟୁନିଟ ହେଡ, ଉତ୍କଳ ଆଲୁମିନା କହିଛନ୍ତି ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ଏହାର ସିଏସ୍ଆର ଏବଂ ସିଆର୍ ଓ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ରାୟଗଡା ଓ କଳାହାଣ୍ଡି ଆଦି ଦୁଇଟି ଜିଲ୍ଲାରେ ଏହାର ପାରିପାର୍ଶ୍ଵିକ ବିକାଶମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହାଦ୍ୱାରା ଉତ୍କଳ ଆଲୁମିନା ଏହି ଦୁଇ ଜିଲ୍ଲାର ଦୁଇଟି ବ୍ଲକ ଅନ୍ତର୍ଗତ ୧୨ଟି ଗ୍ରାମପଞ୍ଚାୟତର ୨୩୨ଟି ଗ୍ରାମରେ ସେବା ଯୋଗାଇ ଦେଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ଦୃଷ୍ଟିଦେବା ଆଦି ଏବିଜିର ୫ଟି ମୂଳ ପ୍ରୟାସ ଅଧୀନରେ ୟୁଏଆଇଏଲ୍ ମୋଟାମୋଟି ଭାବରେ ୨,୦୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍ର ଅନନ୍ୟ ବହୁଧା-ସହଭାଗୀ ଭିତ୍ତିକ ପ୍ରୟାସଗୁଡିକ ଆଜିକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜନ ଜୀବନକୁ ସମୃଦ୍ଧ କରିଆସୁଛି ।
ରାଜ୍ୟ
କାଶୀପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନାର ନିରନ୍ତର ପ୍ରୟାସ
- Hits: 242