ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସର୍ବଭାରତୀୟ ସ୍ତରରେ CBSE ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବହାରିଛି l ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବା ରେ ସକ୍ଷମ ହୋଇଛି l ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷା ରେ ୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଉପରେ ୬ ଜଣ, ୮୦ ରୁ ୯୦ ପ୍ରତିଶତ ମଧ୍ୟରେ ୫ ଜଣ ଏବଂ ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୧୫ ଜଣ ନମ୍ବର ରଖିଛନ୍ତି l ନଟବର ପ୍ରଧାନ ୯୫.୬% ସହିତ ପ୍ରଥମ ସ୍ଥାନ, ସ୍ମୃତି ସଞ୍ଚିତା ପଧାନ ୯୪.୬ % ସହିତ ଦ୍ଵିତୀୟ, ଜ୍ୟୋତି ରଞ୍ଜନ ପାଣ୍ଡେ ୯୩.୮ % ସହିତ ତୃତୀୟ, ବି ଶୈଳେଶ ୯୨.୮% ସହିତ ଚତୁର୍ଥ ଏବଂ ଶିଭାଙ୍ଗୀ ସାହୁ ୯୨.୪ % ସହିତ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି I ସେହିପରି ଦଶମ ବୋର୍ଡ ପରୀକ୍ଷାରେ ସମସ୍ତ ୩୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ସାନିଆ ବାଗ ୯୪.୪%, ଓମକାର ନନ୍ଦ ୯୩.୬% ଏବଂ ସ୍ନେହା ସ୍ମୃତି ମେହେର ୯୩ % ମାର୍କ ରଖି ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ଆଜି କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ସରଭଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖୁସି ର ମୁହୂର୍ତ୍ତରେ ବିଦ୍ୟାଳୟ ର ମ୍ୟାନେଜିଂ କମିଟ ଅଧ୍ୟକ୍ଷ ଜିଲ୍ଲାପାଳ ସୁବର୍ଣ୍ଣପୁର, ଅବୋଲି ସୁନୀଲ ନରୱଣେ , ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଡେପୁଟି କମିଶନର କେନ୍ଦ୍ରିୟ ବିଦ୍ୟାଳୟ ଡଃ ଶ୍ରୀ ହରନ ବୋଷ ଏବଂ ଏଠାକାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହାସହିତ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କ ପିତାମାତା ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପିକା ପୁନମ୍ ପଟେଲ, ଲାଇବ୍ରେରୀଆନ୍ ଶିବ ଭୋଇ ଙ୍କ ସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l
ରାଜ୍ୟ
କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ର ଉଭୟ ଦଶମ ଓ ଦ୍ଵାଦଶ CBSE ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା
- Hits: 394