ହେଡଲାଇନସ୍:

"ବର୍ଷା ହେଲେ ସ୍ୱାଧୀନତା ଦିବସ ପାଳନ ସ୍ଥଳରେ ପିଲାମାନେ ଯେପରି ଅସୁବିଧା ନଭୋଗନ୍ତି ତାହାର ବ୍ୟବସ୍ଥା କର" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନ୍ୟା ପ୍ରସ୍ତୁତି ସମୀକ୍ଷା ନେଲେ ମୁଖ୍ୟମନ୍ତ୍ରୀ : ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ତାଗିଦ

ଭୁବନେଶ୍ୱର (ଶାପ୍ର)  ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି | ଆସନ୍ତା କାଲି ବର୍ଷା ହେବାର ପୂର୍ବାନୁମାନ ଥିବା ବେଳେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ହେବାକୁ ଯାଉଛି | ହେଲେ ସ୍ୱାଧୀନତା ଦିବସ ପାଳନ ସ୍ଥଳରେ ଯେପରି ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଯତ୍ନବାନ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେଥିପାଇଁ ସ୍ୱାଧୀନତା ଦିବସ ପାଳନ ସ୍ଥଳରେ ଆବଶ୍ୟକ ଆଗୁଆ ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ କରିଛନ୍ତି  ମୁଖ୍ୟମନ୍ତ୍ରୀ |

ରାଜ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ପାଣିପାଗ ବିଭାଗ କରିଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବନ୍ୟା ଓ ତା ପାଇଁ ପ୍ରସ୍ତୁତି ଉପରେ ଆଜି ସଚିବାଳୟରେ ସମୀକ୍ଷା କରିଥିଲେ |  ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ | 

 

0
0
0
s2sdefault