ହେଡଲାଇନସ୍:

ବିଧାୟକଙ୍କର ପ୍ରତଶୃତି ନା ପ୍ରତାରଣା । ଦୀର୍ଘ ୪ବର୍ଷର ହିସାବ ରଖିଲେ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକଙ୍କ ସହ ବ୍ୟାସନଗରରୁ ବିଶ୍ୱଜିତ ମାଝିଙ୍କ ରିପୋର୍ଟ : ସ୍ଥାନୀୟ ଯାଜପୁର ରୋଡ଼ ସ୍ଥିତ ସୂର୍ଯ୍ୟାଂଶୁ ହୋଟେଲ ସମ୍ମିଳନୀ କକ୍ଷରେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ସ୍ଥାନୀୟ ବିଧାୟକଙ୍କ ସହ ଦଳୀୟ କର୍ମୀ ଓ ନେତା, ସମ୍ବାଦିକ ବନ୍ଧୁ ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ ।  ସାମ୍ବାଦିକ ମାନଙ୍କୁ ସୁଚନା ଦେଇ ଶ୍ରୀ ଦାସ ବିଜେଡ଼ି ସରକାରର ବିଗତ ୪ବର୍ଷର ସଫଳତାର ଗାଥା ଉପସ୍ଥାପନ କରିଥିଲେ । କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମର ଏକ ପ୍ରେସ୍ ଇସ୍ତାାହାର ବୁକ୍ଲେଟ ମାଧ୍ୟମରେ ଉପସ୍ଥିତ ସଦସ୍ୟଙ୍କୁ ବଣ୍ଟନ କରାଯାଇଥିଲା  । ଏହି ରଙ୍ଗିନ ସ୍ୱପ୍ନ ଦେଖାଇବା ପାଇଁ ଲୋକଙ୍କ ଭାବନାକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏହା ଶ୍ରୀ ଦାସଙ୍କର ଅଭିନବ ଚାଲ ନୁହେଁକି? । ୪ବର୍ଷ ର ହିସାବ ୧୮ କୋଟି ଟଙ୍କାର ଅନୁଦାନ ଲୋକଙ୍କୁ କେତେ ସୁଫଳ ପ୍ରଦାନ କରିଛି ତାହା ଜନ ସାଧାରଣମାନେ ହୃଦବୋଧ କରିଥିବେ । ବସ୍ତୁତଃ ପ୍ରେସ ଇସ୍ତାହାର ଟିର ଗମନାଗମନ ପାନୀୟ ଜଳ ଆଡ଼ିବନ୍ଧ ଯୋଜନା,ସ୍ୱାସ୍ଥ୍ୟ, ଶିକ୍ଷା, ଅଙ୍ଗନୱାଡ଼ୀ ଓ ବିଦ୍ୟାଳୟର ଉନ୍ନତି କରଣ,ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟ ର ନିର୍ମାଣ, ବାତ୍ୟା,ବନ୍ୟାର ଆଶ୍ରୟ ସ୍ଥଳୀ , କଂକ୍ରିଟ ଧାନ ଖଳା ନିର୍ମାଣ , ଜଳସେଚନ ,ଜଳ ସଂରକ୍ଷଣ ଓ ମୁର୍ତ୍ତିକା ସଂରକ୍ଷଣ,କଲ୍ୟାଣ ମଣ୍ଡପ  ମିନି ଷ୍ଟାଡ଼ିୟମ, ଈଚଏଣ,ଚଗଇଣ,ଓଚଇ ଯୋଜନା,ଆହାର ଯୋଜନା.ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ, ବିଜୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ,ବିଦ୍ୟୁତ କରଣ ଯୋଜନା, ବ୍ୟାସ ନଗର ପୈାର ପରିଷଦର ଉନ୍ନତି କରଣ ଇତ୍ୟାଦି ଇତ୍ୟାଦି ।  ଏହି ଇସ୍ତାହାର ସ୍ଥାନିତ ହୋଇଛି ।  ଯଥା- ଦଳାଠାରୁ ମିଲିଟାରୀ ଛକ ଭାୟା ବ୍ୟାସସରୋବର ଦେଇ ଲିଙ୍କରୋଡ଼ ଦ୍ୱିତୀୟ ଉଭର ବ୍ରିଜ୍,ସାଇମନ୍ଦିର ନିକଟରେ,ବୈତରଣୀ ନଦୀର ଏକ ମେଗାଲିପ୍ଟ ପୋ୍ରଜେକ୍ଟ ନିର୍ମାଣ କରି କୋରେଇ ବ୍ଲକର ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପାଇପ୍ ଯୋଗେ ଶୁଦ୍ଧ ଜଳ ଯୋଗାଣ ଓ ଚାଷ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା ।ବ୍ୟାସନଗରର ୧୦୦ ବେଡ଼୍ ବିଶିଷ୍ଟ ଏକ ଅତ୍ୟାଧୁନିକ ମେଡ଼ିକାଲ ପ୍ରତିଷ୍ଠା , ବ୍ୟାସସରୋବର ଠାରେ ଏକ ମହାଭାରତ ବିଷୟବସ୍ତୁ ଥିବା  ପାର୍କ ଓ  ଜଳ କ୍ରୀଡ଼ା ପ୍ରେଜେକ୍ଟ , ରସୁଲପୁର ଓ କୋରେଇ ବ୍ଲକର  ୨ଟି ଶୀତଳ ଭଣ୍ଡାର ନିର୍ମାଣ, ବ୍ୟାସ ନଗରରେ ଏକ ଦୁଗ୍ଧ ଶୀତଳୀକରଣ ଭଣ୍ଡାର ନିର୍ମାଣ, ବ୍ୟାସନଗରରେ ଏକ ହରିଣ ପାର୍କ ନିର୍ମାଣ, ଖରସ୍ରୋତାର ସୁଇଜ୍ ଗେଟ ନିର୍ମାଣ ଓ ପୁନଃରଉଦ୍ଧାର ଓ ବ୍ୟାସନଗର ସବଡ଼ିଭିଜନ ମାନ୍ୟତା ଦାବି ଓ ବହୁକିଛି କରିବାରେ ପ୍ରତିଶ୍ରୁତି ମଧ୍ୟ ଏହି ଇସ୍ତାହାର ବହନ କରିଛି  । ଏହି ସବୁ ପ୍ରସ୍ତାବିତ କେବଳ ସ୍ଲୋଗାନ କରି ପାରିବା ନାହିଁ ଏଥିରେ ବାସ୍ତବ ପ୍ରଗତି ସ୍ପଷ୍ଟ ଅନୁମେୟ ହୋଇପାରିଛି । ‘ଗୋଦରା କୋଡେ଼ ଯେତେ ମାଡେ଼ ସେତେ’ ନ୍ୟାୟର ରାସ୍ତାଘାଟ ବିଦ୍ୟୁତି କରଣପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ବିପୁଳ ଅର୍ଥ ଖର୍ଚ୍ଚାନ୍ତରେ ଯାଉଛି,ମାତ୍ର ବାସ୍ତବରେ ଏହି ଯୋଜନାରେ ଲୋକଙ୍କୁ ଯେତିକି ପରିମାଣରେ ଖୁସିଦେବା କଥା ତାହା ଦେଇପାରୁ ନାହିଁ । କିଛିଟା ଊଦ୍ଧାହରଣରୁ ଆପଣ ଏହାର କିଛି ଝଲକ ପାଇ ପାରିବେ । ବ୍ୟାସନଗରର ମୁନିସିପାଲିଟିର ରାସ୍ତାଘାଟ ଅବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ , ଷ୍ଟ୍ରିଟ ଲାଇଟ ଅବସ୍ଥା , ଶୋଚନୀୟ ଟ୍ରାଫିକ୍ ସମସ୍ୟା ନକହିବା ଭଲ ।  ରାସ୍ତାଘାଟର ଖାଲଖମାରେ  ପରିପୁର୍ଣ୍ଣ, ପ୍ରତ୍ୟକ ମୂହୁର୍ତ୍ତର ଦୁର୍ଘଟଣା  ।

ଆମ ଯାଜପୁର ରୋଡ଼ର ଐତିହ ବ୍ୟାସସରୋବର ପୀଠ ଚିର ଅବହେଳିତ, କୁଦ କୁଦ ଅଳିଆ ଆବର୍ଜନା ଡେ଼୍ରନ ଭିତରେ ପଡ଼ି ରହିଛି । ନାମକୁ ମାତ୍ର ଯାଗୃତି କମ୍ପାନୀ ହାତକୁ ଟେକିଦେଇ ଚୁପକି ବସିଛି । ପୈାର ପ୍ରଶାସନ ତାମସା ଦେଖୁଛି । ଏହା କେବଳ ଧର୍ମକୁ ଆଖିଠାର ନୁହେଁକି ? ପୈାର ପ୍ରଶାସନର ସ୍ଥାଣୁତା,ଅନ୍ତକନ୍ଦଳ,ପୈାର ପରିଷଦର ବିକାଶକୁ ୪ବର୍ଷ ପଛକୁ ଠେଲି ଦେଇଛି । ଯାଜପୁର ରୋଡ଼ କ୍ଷେତ୍ରୀୟ ଚିକିତ୍ସାଳୟରେ ଚିକିତ୍ସକଙ୍କ ଘୋର ଅଭାବ । ଜଣେ ମାତ୍ର ଡ଼ାକ୍ତର ସବୁ ବିଭାଗପାଇଁ ପ୍ରେସକ୍ରାଇବ କରୁଛନ୍ତି । ଏଥିରେ ରୋଗୀର ଅବସ୍ଥା ଯାହାହେବ ଅନୁମାନ କରୁଥିବେ । ପ୍ରଇଭେଟ ନର୍ସିଂହୋମ ଓ ଅନ୍ୟ ଟାଉଟର ମାନେ ଡ଼ାକ୍ତର ବୋଲାଇ ରୋଗୀଙ୍କୁ ପ୍ରତି ମୁହୁର୍ତ୍ତରେ ଶୋଷଣ କରୁଛନ୍ତି । ସରକାରଙ୍କର ମାଗଣା ସେବା ସ୍ଲୋଗାନ  ଏକ ଭେଳିକି ଓ ପ୍ରହସନ ନୁହେଁକି? ସୁକିନ୍ଦା,କୋରେଇ ଏବଂ ରସୁଲପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ପ୍ରଦୁ୍ୟଷଣ ବଳୟରେ କବଳିତ ସଡ଼କ ଦୁର୍ଘଟଣା ଓ ପ୍ଲାଣ୍ଟ ପରିସର ମଧ୍ୟରେ ପ୍ରତିଦିନ ଦୁର୍ଘଟଣା ଓ ଜୀବନହାନୀ ଘଟୁଛି । ଆହେତୁକ ଗାଡ଼ି ମୋଟର ସଂଖ୍ୟାବୃଦ୍ଧି,ବାହାର ରାଜ୍ୟର ଲୋକଙ୍କର ପ୍ରବେଶ,ଜରାଜୀର୍ଣ୍ଣ ରାସ୍ତାଘାଟ,ଆବର୍ଜନାର ପୁର୍ତ୍ତି ଗନ୍ଧମୟ ପରିବେଷ ଏଠାକାର ଜନ ସାଧାରଣଙ୍କୁ ପ୍ରତି ମୁହୁର୍ତ୍ତରେ ମୃତ୍ୟୁ ଆଡ଼କୁ ଟାଣି ନେଉଛି । ଜନ ସାଧାରଣ ମାନଙ୍କ ମୈାଳିକ ସମସ୍ୟା ଯଥା- ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ,ଆଲୋକୀ କରଣ ଏବଂ ବେକାର ଯୁବକ ଯୁବତୀଙ୍କୁ ଆଗ୍ରଧିକାର ଦେଇ ପ୍ରଭୃତି ବିକାଶ କରିବାର ସମୟ ଆସିଛି । SuStanable Devlopmentକରାଯିବା ପାଇଁ ଜନ ସାଧାରଣରେ ଦାବି ହେଉଛି । ତେଣୁ ବାସ୍ତବ ଓ ସ୍ୱପ୍ନ ଭିତରେ ଥିବା ବ୍ୟବଧାନ କୁ କମାଇ ପାରିଲେ ବିଧାୟକଙ୍କ ପ୍ରତିଶୃତି ଜନ ସମାଜକୁ  ବରଦାନ ସଦୃଶ ହୋଇ ପାରିବ । ନହେଲେ ଭଷ୍ମାସୁର ପ୍ରାୟ ଆମେ ସମସ୍ତେ ଭଷ୍ମିଭୁତ ହୋଇଯିବା ।

0
0
0
s2sdefault