ହେଡଲାଇନସ୍:

ସ୍ୱାଧିନତା ଦିବସ ପ୍ୟାରେଡ ଅଭ୍ୟାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ - ପଦ୍ମପୁର ଉପଖଣ୍ଡରେ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ହେବାକୁ ଥିବା ପ୍ୟାରେଡର ଅଭ୍ୟାସ ସ୍ଥାନିୟ ରାଜବୋଡ଼ାସମ୍ବର ଖେଳ ପଡିଆ ଠାରେଅନୁଷ୍ଠିତ  ହୋଇଯାଇ ଅଛି । ଅନୁଷ୍ଠିତ ଏହି ପ୍ୟାରେଡ ଅଭ୍ୟାସରେ ପଦ୍ମପୁର ଅଂଚଳ ବିଭିନ୍ନ ସ୍କୁଲ କଲେଜର ୪୩ ଗୋଟି ଦଳ ଭାଗ ନେଇଥିଲେ । ଅଂଚଳ ମହାବିଦ୍ୟାଳୟର ଏନସିସି ଭାରପ୍ରାପ୍ତ ଅଧିକାରୀ ମିଥୁନ କୁମାର ମେହେର ଏବଂ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ଏନସିସି ଅଧିକାରୀ ମୋହନ ବଂଛୋର ବିଭିନ୍ନ ଦଳକୁ ଶୃଙ୍ଖଳିତ ଭାବରେ ‘୍ୟାରେଡ ପ୍ରଶିକ୍ଷଣ ଦେଇଥିଲେ । ଅବସର ପ୍ରାପ୍ତ ଅ୍ମକ୍ଷ ମେଜର ଚିତରଂଜନ ଦାଶ ପ୍ୟାରେଡ ଦଳ ଗୁଡିକୁ ଦିଗଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରେ ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସଂପର୍ଖ ଅଧିକାରୀ ଶ୍ରୀ ପୂର୍ଣ ପାଣିଗ୍ରାହୀ, ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପିଇଟି ଶ୍ରୀ ହରେକୃର୍ଷ୍ଣ ମେହେର, ଟାଉନ ହାଇସ୍କୁଲ ପିଇଟି ଚନ୍ଦ୍ରମଣୀ ସାହୁଙ୍କ ସମେତ ବିଭିନ୍ନ ଅନୁଷ୍ଟାନର ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ୟାରେଡ ପରିଚାଳନରେ ଶହଯୋଗ କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ମାନେ ଘୋଷ ବାଦ୍ୟ ପରିବେଶଣ କରିଥିଲେ । 

0
0
0
s2sdefault