ହେଡଲାଇନସ୍:

ଧର୍ମେନ୍ଦ୍ରବାବୁଙ୍କ ବକ୍ତବ୍ୟ, ତାଙ୍କର ହତାଶା ଓ ନିରାଶାକୁ ସୂଚାଉଛି: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଗଣମାଧ୍ୟମରେ ବିବୃତି, ତାଙ୍କର ହତାଶା ଓ ନିରାଶାକୁ ସୂଚାଉଛି । କାହିଁକି ସେ ହତାଶ କିମ୍ବା ନିରାଶ ଅଛନ୍ତି, ତାହା ସେହିଁ କହିପାରିବେ । ଜଣେ ଓଡ଼ିଆ ବ୍ୟକ୍ତିଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ କରାଯାଇପାରିଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମତ ଦେଇଛନ୍ତି, ତାହା ସଂପୂର୍ଣ୍ଣ ଭାବରେ ଭ୍ରମାତ୍ମକ ଏବଂ ଭିତ୍ତିହୀନ । ବିଜୁ ଜନତା ଦଳ ଜେଡିୟୁର ପ୍ରାର୍ଥୀଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ସମର୍ଥନ କରିବାକୁ ନିଷ୍ପତ୍ତି କରିଥିଲା, ତତ୍‍ସହିତ ବିଜେପି ଏବଂ କଂଗ୍ରେସ ଠାରୁ ମଧ୍ୟ ସମଦୂରତା ରକ୍ଷା କରିଥିଲା । ଏ ପ୍ରକାର ବକ୍ତବ୍ୟ କୌଣସି ନା କୌଣସି ସ୍ଥାନରେ ଏକ ଭ୍ରମ ସୃଷ୍ଟି କରିବାକୁ ପ୍ରୟାସ ଏବଂ ଶ୍ରୀ ପ୍ରଧାନ ଏଭଳି ତଥ୍ୟ ପାଇଲେ କେଉଁଠୁ ପାଇଲେ ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି । ଏ ପ୍ରସଂଗରେ ଯେତେବେଳେ କୌଣସି ଆଲୋଚନା ହୋଇନାହିଁ, ସେତେବେଳେ ଆଜି ଏ ପ୍ରସଂଗ ଉଠାଇ ଶ୍ରୀ ପ୍ରଧାନ ଓଡ଼ିଶାର ଜନସାଧାରଣଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଛନ୍ତି ।

ଆଞ୍ଚଳିକ ଦଳମାନେ ଏକ ପ୍ରାର୍ଥୀ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଇପାରିଥାନ୍ତେ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ତାଙ୍କର ଅଜ୍ଞାନତାକୁ ପଦାରେ ପକାଇଛି । ଶ୍ରୀ ହରିବଂଶ ନାରାୟଣ ସିଂହ, ଯିଏ ରାଜ୍ୟସଭାର ଉପାଧ୍ୟକ୍ଷ ହଲେ ସେ ଜେଡିୟୁ ଭଳି ଏକ ଆଞ୍ଚଳିକ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ବିଜୁ ଜନତା ଦଳ ସହିତ ସେହି ଦଳର ଆଦର୍ଶଗତ ସମନ୍ୱୟତା ଥିବାରୁ ବିଜେଡି ସମର୍ଥନ କରିଥିଲା । ଯଦି ଏ ବିଷୟରେ କେନ୍ଦ୍ରମନ୍ତ୍ରୀ ଅବଗତ ନାହାନ୍ତି କିମ୍ବା ଜାଣିଶୁଣି ଅଜଣା ହେଉଛନ୍ତି, ତେବେ ଏହା ଆଉ ଏକ ଅଜ୍ଞତାର ପରିଚୟ ।

ଗଣମାଧ୍ୟମରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ଜେଡିୟୁକୁ ସମର୍ଥନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେଡିକୁ କୁଆଡେ଼ ଧନ୍ୟବାଦ ଦେଇଛନ୍ତି । ଗୋଟିଏ ପକ୍ଷରେ କୃତଜ୍ଞତା ଜ୍ଞାପନ କରିବା ଏବଂ ଅପରପକ୍ଷରେ ବିଜେଡିକୁ ସମାଲୋଚନା କରିବା ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଇଛି । କେଉଁ ବାଧ୍ୟବାଧକତାରେ ସେ ବାରମ୍ବାର ମତ ବଦଳାଉଛନ୍ତି, ଏହା ଶ୍ରୀ ପ୍ରଧାନଙ୍କୁ ହିଁ ଜଣା । ଜଣାପଡୁଛି ଶ୍ରୀ ପ୍ରଧାନ ବୋଧେ ବର୍ତ୍ତମାନ ହତାଶ ଅଛନ୍ତି, ଯେଉଁଥିପାଇଁ ଆଜିକାଲି ବାରମ୍ବାର ଗଣମାଧ୍ୟମ ସାମ୍ନାରେ ବିଜୁ ଜନତା ଦଳ ସଂପର୍କରେ ମତ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।

 

0
0
0
s2sdefault