ହେଡଲାଇନସ୍:

ପ୍ରେସ ୟୁନିୟନ ରାୟଗଡ ତରଫରୁ ତାଡ଼ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ|/ Saroj Sahu :  ଉତ୍କଳ ସାମ୍ବାଦିକ ସଂଘ ଓ ବନବିଭାଗ ର ସହଭାଗିତାରେ ରାୟଗଡ ବ୍ଲକ ର ତାଡ଼ମା ପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ପରିସର ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାର ଉଭୟ ପାର୍ଶରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଗଲା ଉକ୍ତ କାର୍ଯ୍ୟକ୍ରମରେ  ପ୍ରେସ ୟୁନିୟନ ରାୟଗଡ଼ର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ସଭାପତିତ୍ୱ ରେ ନିମନ୍ତ୍ରିତ ଅତିଥି ଭାବେ ରାୟଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୱାଇ. ଜଗନ୍ନାଥ ରାଓ ବୃକ୍ଷରୋପଣ କରିବା ସହ ଆୟୋଜିତ ସଭାରେ ବୃକ୍ଷ ହିଁ ଜୀବନ ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ଲଗାଇବା ଦ୍ୱରା ତାର ଉପକାରିତା ଉପରେ ବିସ୍ତୃତ ଭାବେ ବୁଝେଇବାସହ ଗଛଗୁଡିକର ସୁରକ୍ଷା ଉପରେ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ରାୟଗଡ ପ୍ରବୀର କୁମାର ନାୟକ ଉପସ୍ଥିତ ରହି ଚାରା ରୋପଣ କରିବାସହ ଆୟୋଜିତ ସଭାରେ ଗଳ୍ପମାଧ୍ୟମରେ ପରିବେଶ ଓ ସମାଜ ରେ ବୃକ୍ଷର ମହତ୍ତ୍ଵ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଵା ସହ କହିଥିଲେ ଯେ ଜୀବ ଜଗତକୁ ବଞ୍ଚାଇବାକୁ ହେଲେ ବୃକ୍ଷର ଆବଶ୍ୟକତା ଜରୁରୀ ହୋଇପଡିଛି। ଅମ୍ଳଜାନ ଜଣେ ମଣିଷକୁ ଶତାୟୁ କରିବାରେ ଯେତିକି ଆବଶ୍ୟକ ତାହା ହିଁ ବୃକ୍ଷରୁ ଉତ୍ପତ୍ତି ।ପ୍ରତ୍ୟକ ପିଲା ଆଜିର ଦିନରେ ଶପଥ ନେଇ ଗୋଟିଏ ଗୋଟିଏ ଗଛ ନିଜ ବାଡି ବଗିଚାରେ ଲଗାଇଲେ ଭବିଷ୍ୟତ ଓ ପରିବେଶ ସୁଦୃଢ ହେବବୋଲି ପ୍ରକାଶ କରିଥିଲେ। ଏଥି ସହ ଉପସ୍ଥିତ ଅତିଥିମାନେ ନିଜ ନିଜର ଶିକ୍ଷା ଗ୍ରହଣ ଓ କର୍ମ ମୟ ଜୀବନ ସମୟରେ କିପରି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା କରି ନିଜକୁ ଗୌରବ ମନେ କରୁଥିଲେ ତାହା ପ୍ରକାଶ କରିଥିଲେ । ସେହିପରି ନିମନ୍ତ୍ରିତ ଅତିଥି ମାନେ ପ୍ରେସ ୟୁନିୟନ ରାୟଗଡର ପ୍ରତିବର୍ଷ ଏହି ଭଳି ବୃକ୍ଷ ରୋପଣ କରି ସମସ୍ତଙ୍କୁ ପରିବେଶ ସନ୍ତୁଳନ ରଖିବା ଦିଗରେ ଏକ ସଚେତନ ବାର୍ତା ସମାଜ କୁ ଦେଉଥିବାସହ ଚଳିତବର୍ଷ ଭୁବନେଶ୍ବର ଠାରେ ଓଡ଼ିଶା ସରକାରଙ୍କ ତରଫୋରୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିବା ହେତୁ ପ୍ରସଂଶା କରିବା ସହ ସାଧୁବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବୃକ୍ଷହିଁ ଜୀବନ ଉପରେ ଏକ ଵକ୍ତୃତା ପ୍ରତିଯୋଗିତା କରାଯାଇଥିଲା ଏଥିରେ ବରିଷ୍ଠ ବିଭାଗରେ ଜଗନ୍ନାଥ ହୁଇକା ପ୍ରଥମ ,ସିନା ହୁଇକା ଦ୍ଵିତୀୟ ଓ ପ୍ରଫୁଲ ପୁଆଲା  ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ମନୋଜ ପୁଆଲା ପ୍ରଥମ,ପ୍ରଭାସ କିଲାକା ଦ୍ୱିତୀୟ ଓ ଜ୍ୟୋତି ସାରାକା ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୪୨୨ ଜଣ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷରୋପଣ ଓ ପରିବେଶ ସନ୍ତୁଳନ ଉପରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସଚେତନ କରା ଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ନାୟକ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜଙ୍ଗଲ ବିଭାଗ ବନଅଧିକାରୀ ଡମ୍ବୁରୁଧର ନାୟକ ଓ ପ୍ରେସ ୟୁନିୟନ ରାୟଗଡ଼ର ସମସ୍ତ ସଭ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

0
0
0
s2sdefault