ହେଡଲାଇନସ୍:

ଛତୁ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ : ରାଜବୋଡାସମ୍ବର ବ୍ଲକ ଭାଲୁଡୁଙ୍ଗରି ଠାରେ ପଦ୍ମପୁର ଆତ୍ମା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନିଶ୍ଚିତ  ହୋଇ ଯାଇ ଅଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସାହୟିକା ଗୋଷ୍ଠୀ ର ମହିଳା ତଥା ଅନ୍ୟାନ୍ୟ ଯୁବ ଏବଂ ବୟସ୍କ ଚାଷୀ ପ୍ରାୟ ୫୦ଜଣ ଉପସ୍ଥିତ ଥିଲେ । ପୁଆଳ ଛତୁ କୁ ବ୍ୟବସାୟିକ ଭିତିରେ ତଥା ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ କରି ଉତ୍ପାଦନ  ବୃଦ୍ଧି ତଥା ଚାଷୀଙ୍କ ମ୍ମରେ ଆଦୃତି ଲାଭ କରିବା ପ୍ରଶିକ୍ଷଣର ଉଦ୍ଦେଶ୍ୟ  ଥିଲା । ପ୍ରଶିକ୍ଷଣ ଠାରେ ମାଗଣ ରେ ଛତୁ ବୁହନ ବିତରଣ କରାଯାଇଥିଲା । କୃଷୀ ବିଜ୍ଞାନ କେନ୍ଦ୍ର ବରଗଡ ବୈଜ୍ଞାନିକ ଡା. ଏନତ କୁମାର ମେହେର, ଏବଂ ପଦ୍ମପୁର ସହକାରୀ କୃଷୀ ଅଧିକାରୀ କିଶୋର କୁମାର ମାହାଲିଙ୍ଗ ଯୋଗ ଦେଇଥିଲେ । ସହକାରୀ କୃଷୀ ଅଧିକାରୀ ନିଲାଂଚଳ ପଣ୍ଡା ଏବଂ ଓୟୁଏଟି ଭୂବନେଶ୍ୱର ର ଛାତ୍ର ଶିଦ୍ଧାର୍ଥ ଶଙ୍କର ଦାଶ ଛତୁ ଚାଷର ବିଭିନ୍ନ ଦିଗ ଉପରେ ଚାଷିଙ୍କୁ ଅବଗତ କରାଇଥିଲେ । 

0
0
0
s2sdefault