ସୁବର୍ଣ୍ଣପୁର,ଶାସକ ପ୍ରସାଶକ(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଝାରକଦଳିପାଲି ଠାରେ ଦୀର୍ଘ ଦିନ ଧରି ରନ୍ଧା ମଦ କାରବାର ଚାଲି ଆସୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା | ଅଭିଯୋଗ ପରେ ଅବକାରୀ ବିଭାଗ ଚଢ଼ାଉ କରିଛି | ଚଢ଼ାଉ ରେ ସେହି ଗ୍ରାମର ଶତ୍ରୁଘନ ବରିହା ଙ୍କ ଠାରୁ ୩୦ ଲିଟର ଦେଶୀରନ୍ଧା ମଦ ଜବତ କରିବା ସହିତ ଅଭିଯୁକ୍ତ ଶତ୍ରୁଘନ କୁ ଗିରଫ କରିଛି | ଦୀର୍ଘ ଦିନରୁ ଗ୍ରାମରେ ବିଷାକ୍ତ ଦେଶୀରନ୍ଧା ବିକ୍ରି ହୋଇଆସୁଥିଲା | ଲୋକେ ଏହି ମଦକୁ ପିଇ ବିଭିନ୍ନ ପ୍ରକାରର ରୋଗ ରେ ଆକ୍ରାନ୍ତ ହେବା ସହିତ ଛୋଟ ଛୋଟ ଶିଶୁ ମାନେ ମଧ୍ୟ ମଦପିଇ ପଥଭ୍ରଷ୍ଟ ହେଉଛନ୍ତି | ସେହିପରି ମହିଳା ମାନେ ମଧ୍ୟ ରାସ୍ତାରେ ଚାଲିବା ସୁରକ୍ଷିତ ମନୁ ନାହାନ୍ତି। ଦୀର୍ଘଦିନ ଅଭିଯୋଗ ପରେ ଆଜି ଅବକାରୀ ବିଭାଗ ଚଢ଼ାଉ କରିଛି | କୌଣସି ସୂତ୍ର ରୁ ଖବରପାଇ ପାହାନ୍ତିଆ ସମୟରେ ଝରକଦଳିପାଲୀ ଉପର ପଡା ଠାରେ ଶତ୍ରୁଘନ ମଦ ବିକ୍ରି କରୁଥିବା ସମୟରେ ତାକୁ କାବୁ କରିଥିଲେ| ୩୦ ଲିଟ ମଦ ଜବତ କରିବା ସହିତ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି |ଏନେଇ ଏକ ମାମଲା ୠଜୁକରି ଅଭିଯୁକ୍ତ କୁ ବିନିକା କୋର୍ଟ କୁ ଚାଲାଣ କରାଯାଇଥିଲା | ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲ ହାଜତ କୁ ପଠାଯାଇଛି |ଏହି ଚଢ଼ାଉ ରେ ସୋନପୁର ଅବକାରୀ ନିରକ୍ଷକ ପ୍ରକାଶ ସା, ଲୋକନାଥ ବେହେରା, ବିନିକା ଉପ ନିରୀକ୍ଷକ ରାମଚନ୍ଦ୍ର ପଟ୍ଟନାୟକ, ଅଭିଳାଷ ବେହେରା ପ୍ରମୁଖ ସାମିଲ ଥିଲେ |
ରାଜ୍ୟ
ଦେଶୀ ମଦ ସହ ବାଇକ ଜବତ ଜଣେ ଗିରଫ |
- Hits: 9