ହେଡଲାଇନସ୍:

ସକାଳୁଆ ସ୍କୁଲ ଥିଲା , ହେଲେ ପହଂଚି ପାରିଲେନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର-ବାଇକ ମୁହାଁମୁହିଁ ୨ ଶିକ୍ଷକ-ଶିକ୍ଷୟିତ୍ରୀ ମୃତ 

ବୌଦ୍ଧ(ସିମୁନ୍ ନାଏକ)  ; ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ନୂଆପଡା ବ୍ରିଜ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ହିଁ ବାଇକ ରେ ଥିବା ଦୁଇଜଣ ମୃତ୍ୟୁ  ହୋଇଥିଲା । ମୃତକ ଦୁଇଜଣ ହେଲେ ହରଭଙ୍ଗା ବ୍ଲକ ରାମ୍ଭିକଟା ଗ୍ରାମର ଅଜିମ ଖାଁ ଓ ଜୋର୍ତିମୟୀ ପ୍ରଧାନ , ସେମାନେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଶନିବାର ସକାଳୁଆ ସ୍କୁଲ ହୋଇଥିବାରୁ ଉକ୍ତ ଶିକ୍ଷକ ଓ ଶୀକ୍ଷୟତ୍ରୀ  ସକାଳ ୬ ଟାରେ ନିଜ ଘର ରାମ୍ଭିକଟା ଗ୍ରାମରୁ ବାହାରି ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟକୁ ଯାଉଥିବା ବେଳେ ବୌଦ୍ଧ ପଟୁ ଆସୁଥିବା କାର୍ (ଓଡି ୨୪ଏ ୩୦୦୬)ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟେ ରାସ୍ତା ରୁ ୨୦ ଫୁଟ ତଳକୁ ଛିଟିକି ହୋଇ ପଡି ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ  ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉତ୍ୟକ୍ତ ଲୋକେ କାରିଟିକୁ ଜାଳି ଦେଇଥିଲେ ଓ ସେଠାରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା | 

0
0
0
s2sdefault