ହେଡଲାଇନସ୍:

ଦିନକୁ ଦିନ ବଢିବାରେ ଲାଗିଛି ପଦ୍ମପୁର ସହରରେ ବେଆଇନ ଘରୋଇ ହଷ୍ଟେଲ, ପ୍ରଶାସନ ଚୁପ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ଜୁନ ମାସ ଦ୍ବିତୀୟ ସପ୍ତାହ ପରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି । ପଦ୍ମପୁର ସହରରେ ବିଭିନ୍ନ ଅଞ୍ଚଳର ପିଲାମାନେ ସ୍କୁଲ କଲେଜରେ ପାଠ ପଢିଥାନ୍ତି । ଅଧିକାଂଶ ପିଲା ଘରୋଇ ହଷ୍ଟେଲ କୁ ଭରସା କରି ସେଠାରେ ରହି ପାଠ ପଢୁଛନ୍ତି । ପଦ୍ମପୁର ସହରରେ ଦିନକୁ ଦିନ ବେଆଇନ ଭାବରେ ବଢ଼ିବାରେ ଲାଗିଛି ଘରୋଇ ହଷ୍ଟେଲ । ଏହି ହଷ୍ଟେଲ ଗୁଡିକ ନା ପଞ୍ଜିକୃତ ହୋଇଛି ନା ଏଠାରେ କୌଣସି ପ୍ରକାର ସୁବ୍ୟବସ୍ଥା ରହିଛି । ହଷ୍ଟେଲ ଗୁଡିକରେ କିଏ କେଉଁ ଅଞ୍ଚଳରୁ ଆସି ରହୁଛି ସେ ବିଷୟରେ ପ୍ରଶାସନ ପାଖରେ ମଧ୍ୟ ଖବର ନାହିଁ । ଘରୋଇ ହଷ୍ଟେଲ ଯୋଗୁଁ ପଦ୍ମପୁର ସହରରେ ଅସାମାଜିକ କାର୍ଯ୍ୟକଳାପ ବୄଦ୍ଧି ପାଉଥିବା ଅନୁମାନ କରାଯାଏ । ପଞ୍ଜିକୃତ ନ କରି ଘରୋଇ ହଷ୍ଟେଲ ଚଲାଇ ଘର ମାଲିକ ମାନେ ଲାଭବାନ ହେଉଛନ୍ତି ହେଲେ ପିଲାଙ୍କ ପ୍ରତି କୌଣସି ସୁରକ୍ଷା ନାହିଁ । ଏ ବିଷୟରେ ତଦନ୍ତ କରି ବେଆଇନ ଘରୋଇ ହଷ୍ଟେଲ ଗୁଡିକ ବନ୍ଦ କରିବା ପାଇଁ ସାଧାରଣରେ ଦାବୀ ହୁଏ ।

0
0
0
s2sdefault