ହେଡଲାଇନସ୍:

ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ପଦ୍ମ ଘୁଂଚି ଘୁଂଚି  ଯାଉଛି , ସରକାରୀ ଅଣଦେଖା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏକତା ମଞ୍ଚ ପକ୍ଷରୁ କାର୍ଯ୍ୟକ୍ଷମ ଦାବି

ଯାଜପୁରରୋଡ୍ (ସୁବାଷ ନାୟକ ): ଏକତା ମଞ୍ଚର ଜନସତ୍ୟାଗ୍ରହ ତୃତୀୟ ଦିବସରେ ଅଶୋଧିତ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଓଡ଼ିଶା ରାଜସ୍ୱକୁ ଯାଜପୁର ଜିଲ୍ଲା ସିଂହଭାଗ ଦେଉଥିବାବେଳେ  ଜିଲ୍ଲାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରିବା ପରିତାପର ବିଷୟ । ଶିଳ୍ପ ରାଜଧାନୀ ଭାବେ ଆଖ୍ୟା ପାଇଥିବା ଯାଜପୁର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଜିଲ୍ଲାବାସୀଙ୍କୁ ଗଭୀର ଆଘାତ ଦେଇଛି ବୋଲି ଶନିବାର ଯାଜପୁର ଏକତା ମଞ୍ଚ ପକ୍ଷରୁ ପାଳିତ ଜନସତ୍ୟାଗ୍ରହର ତୃତୀୟ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । 

କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଚଣ୍ଡିଖୋଲଠାରେ ଅଶୋଧିତ ତୈଳ ବିଶୋଧନାଗାର ଦୁଇ ବର୍ଷରୁ ଉର୍ଧ୍ଵ  ହେବ ଉଦ୍ଘାଟିତ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନପାରିବା ବିଡ଼ମ୍ବନାର ବିଷୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଶାପାଲିରେ ଏହି ପ୍ରକଳ୍ପ ପଦ୍ମ ଘୁଂଚି ଘୁଂଚି  ଯାଉଛି ବୋଲି ଉପସ୍ଥିତ ସତ୍ୟାଗ୍ରହୀମାନେ ମତବ୍ୟକ୍ତ କରିଥିଲେ । ଯାଜପୁର ଏକତା ମଞ୍ଚର ମୁଖ୍ୟ ଉପଦେଷ୍ଟା ତଥା ଜାତୀୟ ମାନବାଧିକାର ଆୟୋଗର କୋର୍ ସଦସ୍ୟ ମନୋଜ ଜେନାଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ଏହି ସତ୍ୟାଗ୍ରହକୁ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଭାପତି ଗୟାଧର ମଲ୍ଲିକ ଉଦ୍ଘାଟନ ବକ୍ତବ୍ୟ ରଖିଥିବାବେଳେ ସଂଯୋଜକ ଅକ୍ଷୟ ଜେନା ପରିଚାଳନାରେ ସହାୟତା କରିଥିଲେ । ବକ୍ତା ଭାବେ ମହିଳା ନେତ୍ରୀ ସିପ୍ରାରାଣୀ ସାହୁ, ସାବିତ୍ରୀ ସାହୁ, ସାମ୍ବାଦିକ ସଂଗ୍ରାମ ସିଂହ, ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳ, ନିଶାମୁକ୍ତି ଅଭିଯାନର ବିଶ୍ୱଜିତ୍ ମହାନ୍ତି, ସାମ୍ବାଦିକ କାଳିନ୍ଦୀ କଣ୍ଠ, ଛବିନ୍ଦ୍ର ମହାପାତ୍ର, ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ, ପଣ୍ଡିତ ଯୁଗଳ ମିଶ୍ର, ଯୁବନେତା ପ୍ରିୟବ୍ରତ ସାହୁ, ଏକତା ମଞ୍ଚର ବରିଷ୍ଠ ସଦସ୍ୟ ପୁର୍ଣ୍ଣତିଥି ଗୁରୁ, ବ୍ରଜେଶ୍ୱରୀ ସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ମଦନମୋହନ ବେହେରା, ପ୍ରଦୀପ ଜେନା, ପ୍ରସନ୍ନ ସ୍ୱାଇଁ, ସଞ୍ଜୟ ରାଉତ ସହଯୋଗ କରିଥିବାବେଳେ ବରିଷ୍ଠ  ସାମ୍ବାଦିକ ରବୀନ୍ଦ୍ର ମହାପାତ୍ର, ସମାଜସେବୀ ସୁରେଶ ହୋତା ବକ୍ତବ୍ୟ ରଖିଥିଲେ ।

0
0
0
s2sdefault