ହେଡଲାଇନସ୍:

ନେତା ଆଉ ଟାଟା କମ୍ପାନୀ  ମିଶି  ଚାହୁଁଛନ୍ତି ଏ ଅଂଚଳର ପିଲା ମୂର୍ଖ ବା ଅପାଠୁଆ ହୁଅନ୍ତୁ !

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କାଳିଆ ପାଣି./ଦୟାନିଧି ମହାନ୍ତ: ଆଦିବାସୀ ବହୁଳ ସୁକିନ୍ଦା ଖଣିଅଂଚଳ ଆଜି ଦେଖିବାକୁ ଗଲେ ସବୁ ଦିଗରୁ ଅନଗ୍ରସର l ଏ ଅଂଚଳରେ ବିଭିନ୍ନ କମ୍ପାନୀ ମାନଙ୍କର ମନାମାନୀ ଯୋଗୁ ଅନେକ ସରକାରୀ ସ୍କୁଲ କୁ ଅଣ ଦେଖା କରାଯାଉଛି ଆଉ କେତୋଟି ବନ୍ଦ ହୋଇ ଗଲାଣି l ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ରଂl ସୋ ଳ  ଗ୍ରା. ପ. ଥିବା ଟାଟା ଷ୍ଟିଲ ପରିସର ଭିତରେ ଥିବା ସ୍କୁଲ l ଏଠାକୁ କମ୍ପାନୀ ଆସିବା ପରେ ଦୁଇ ଟି ସ୍କୁଲ ଥିଲା l ସେଥିମଧ୍ୟରୁ ଗୋଟିଏ ପ୍ରଥମରୁ ସପ୍ତମ ଯାଏ ଏବଂ ଅନ୍ୟ ଟି ଅଷ୍ଟମରୁ ଏକାଦଶ ଯାଏ l ଏବେ ଏଠାରେ କେବଳ ଗୋଟିଏ ସରକାରୀ ସ୍କୁଲ ରହିଯାଇଛି l ତାହାହେଲା ଶ୍ରମ ଶକ୍ତି ନୋଡାଲ ସ୍କୁଲ l ଏହି ସ୍କୁଲରେ ଶ୍ରେଣୀ ଅନୁଯାଇ ଶିକ୍ଷକ ନାହାନ୍ତି l ସ୍କୁଲ ଗୃହ ଆଉ ସ୍କୁଲ ପରିସର କୁ ପଚାରେ କିଏ l ଏହା ଛଡା ଟାଟା ଷ୍ଟିଲ ଭିତରେ ଦୁଇଟି ପ୍ରାଇଭେଟ ସ୍କୁଲ ଅଛି l ଗୋଟିଏ ଇଂଲିଶ ମିଡିୟମ ଆଉ ଗୋଟିଏ ଶିଶୁ ମନ୍ଦିର l ଅମାନଙ୍କର ପରିଚାଳନା ଦାଇତ୍ୱ ନିଜେ କମ୍ପାନୀ ତୁଲାଇ ଥାଏ l ଯେବେଠାରୁ କମ୍ପାନୀ ଏହି ଦୁଇଟି ସ୍କୁଲ ଖୋଲିଛି  କମ୍ପାନୀ ପରିସର ଭିତରେ ଥିବା ପ୍ରଥମରୁ ପଞ୍ଚମ ଯାଏ ସ୍କୁଲ ଟିକୁ ପୁରାପୁରି ବନ୍ଦ କରି ଦେଇଛି l ତେଵେ ଏହାକୁ ବନ୍ଦ କଲା କାହିଁକି ନା ଏହାର କର୍ମଚାରୀ ମାନେ ସରକାରୀ ସ୍କୁଲ ରେ ପାଠ ପଢ଼ାଇବା କୁ ପସନ୍ଦ କରନ୍ତି ନାହିଁ l ତାର ବା ଯାଏ ଆସେ କେତେ l ତାଙ୍କ ପିଲାମାନେ ତ ଠିକ ପାଠ ପଢୁଛନ୍ତି l ତେବେ ଏଇ ଦୁଇଟି ସ୍କୁଲରେ ସାଧାରଣ ଗରିବ ଲୋକଟି ତାହାର ପିଲାଟିକୁ ପାଠ ପଢ଼ାଇବାକୁ ସାହସ କରିପାରୁନି l କାରଣ ଇଂଲିଶ ମିଡିୟମ ରେ ପଢିବାକୁ ହେଲେ ଆଡ୍ମିଶନ ପାଇଁ ବାର ହଜାର ଟଙ୍କା ଆଗେ ଦରକାର l ପୁଣି ମାସକୁ ଅଠର ସହ ରୁ ଅଧିକ ଟଙ୍କା ଦରକାର l ଟିଉସନ ଖର୍ଚ ପୁଣି ତା ଠାରୁ ଅଧିକ ଦେବାକୁ ପଡିଥାଏ l ଯାହାକି ଏକ ଟାଟା କମ୍ପାନୀ କର୍ମଚାରୀ ହିଁ ଦେଇ ପାରିବ l ସାଧାରଣ ଲୋକଟିଏ ଖଣି ଖାଦାନରେ କାମ କରି ନିଜର ଗୁଜୁରାଣ କରିବା ଏକ କଷ୍ଟ କର ବ୍ୟାପlର  ଆଉ ଏତେ ପଇସା ସେ ପାଇବ କଉଠି ଯେ ପିଲାଙ୍କୁ ପାଠ ପଢ଼ାଇବା ତେଣୁ କହିବା କଥା ହେଲା  ଶିକ୍ଷା ର ବିକାଶ କେବଳ ବାହାନା ଖଣି ଖାଦାନ ରୁ ମୁନାଫା ଖାଇ ଆଦିବାସୀ ଗରିବ ଖଟି ଖିଆ ର ପିଲାମାନଙ୍କୁ ମୂର୍ଖ କରି ଏଠାରୁ ଚାଲି ଯିବା l ଏଠାରେ  ଏହାର ବିରୋଧ  କେହି କରିପାରିବେ ନାହିଁ l କାରଣ ଯାହା ଅଭିଯୋଗ କଲେ କମ୍ପାନୀ କହୁଛି ଯାଅ ତମ ନେତାଙ୍କ ଠୁ ଲେଖା ଆଣି l  ତେବେ ଏଥିରୁ ସନ୍ଦେହ ହୁଏ  ନେତା ଆଉ ଟାଟା କମ୍ପାନୀ  ମିଶି  ଏ ଅଂଚଳର ପିଲାଙ୍କୁ ମୂର୍ଖ ବା ଅପାଠୁଆ କରାଇବାକୁ ବୋଧ ହୁଏ ନିଷ୍ପତ୍ତି ନେଇଛନ୍ତି | 

0
0
0
s2sdefault