ହେଡଲାଇନସ୍:

 ଗାଲୁଆ ପ୍ରଶାସନକୁ ଚେତେଇବାକୁ ଲୋକଙ୍କ ଅଭିନବ ପ୍ରତିବାଦ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଲି ହେଉନଥିବା କାଦ ପଚପଚ ରାସ୍ତାରେ ତଳି ରୋଇଲେ ଭେଜିଗୋରା ଗ୍ରାମର ମହିଳା 

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ର ଭେଜିଗୋରା ଗ୍ରାମରେ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ରୁ ଏହି ରାସ୍ତା ଉପର ଦେଇ ଯାତାୟତ କରିବା ପାଇଁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହୋଇ ଆସୁଛନ୍ତି । ଏହାର ସ୍ଥାୟୀ ପ୍ରତିକାର ଓ ରାସ୍ତା ର ଉନ୍ନତିକରଣ ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୁପକ୍ଷ ଏବଂ ବ୍ଲକ ପ୍ରଶାସନ କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦ ପଦର୍ଶନ କରିବାକୁ ଯାଇ ଗ୍ରାମର ମହିଳା ମାନେ କାଦୁଅ ପଙ୍କ ରେ ପରିପୂର୍ଣ୍ଣ ହୋଇଥିବା ଗ୍ରାମ ରାସ୍ତା ଉପରେ ଧାନ ପହ୍ଲା ରୋଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ହରଭଙ୍ଗା ପଞ୍ଚାୟତର ଭେଜିଗୋରା ଗ୍ରାମର ୨ ଟି ଓାର୍ଡରେ ପ୍ରାୟ ୩ ଶହ ୨୦ ଟି ପରିବାର ପ୍ରାୟ ୧୨ ଶହ ରୁ ଉର୍ଦ୍ଧ ସଦସ୍ୟ ବସବାସ କରନ୍ତି । ଆରଡି ରାସ୍ତା ରୁ ଗ୍ରାମକୁ ଯାଇଥିବା ରାସ୍ତା ଟି ଦୀର୍ଘ ପ୍ରାୟ ୧୫ ବର୍ଷ ରୁ ଉର୍ଦ୍ଧ ହେଲା କାମ ହୋଇ ନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଏହି ରାସ୍ତା ର ଅବସ୍ଥା ନିୟମିତ ଭାବରେ ଦୟନୀୟ ହୋଇ ପଡୁଥିବା କୁହାଯାଉଚି । ବିଶେଷ ଭାବେ ଗ୍ରାମର ଗୁଡତଲିଆ ସାହି ଠାରୁ ଅଙ୍ଗନବାଡି କେନ୍ଦ୍ର ଓ ଶିବ ମନ୍ଦିର ଠାରୁ ସାନ ହରିଜନ ବଡ ହରିଜନ ପଡା କୁ ଯିବା ଆସିବା ରାସ୍ତା ର ଅବସ୍ଥା ଅଧିକ ଖରାପ ହୋଇ ପଡିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଫଳରେ ଗ୍ରାମର ବୃଦ୍ଧ , ବୃଦ୍ଧା ଙ୍କ ସମେତ ଅଙ୍ଗନବାଡି ସ୍କୁଲରେ ପାଠ ପଢୁଥିବା ଛୋଟ ଛୋଟ କୋମଳମତି ଶିଶୁ ଓ ସ୍କୁଲ କଲେଜ ରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ଦୈନଦିନ ଯାତାୟତ ପାଇଁ ଅକଥନୀୟ ଦୁ୍ର୍ଦ୍ଧଶା ର ସମ୍ମୁଖିନ ହୋଉଥିବା ଦେଖା ଯାଇଛି । ଏହି କାଦୁଅ ପଙ୍କ ରାସ୍ତା ଉପର ଦେଇ ଗ୍ରାମର ଗାଇଗୋରୁ , ପୋଢ ମଇଁଷି  ଯାତାୟତ କରିବା ପରେ ପରେ ପ୍ରାୟ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସେହି ବାଟ ଦେଇ ଚାଲି ଯିବା ଆସିବା ଏକ ପ୍ରକାର କଷ୍ଟକର ହୋଇ ପଡିଥାଏ ବୋଲି  ଲୋକେ ଅଭିଯୋଗ କରିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ଭେଜିଗୋରା ଗ୍ରାମବାସୀ ଙ୍କ ଯିବା ଆସିବା ରେ ହେଉଥିବା ସମସ୍ୟା କୁ ଦୃଷ୍ଟି ଆଗରେ ରଖି ସ୍ଥାୟୀ ପ୍ରତିକାର ଦିଗରେ ବିହୀତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।        

 

 

 

 

 

 

 

  

 

0
0
0
s2sdefault