ହେଡଲାଇନସ୍:

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା, ଭଡା ଘରୁ ମିଳିଲା ସୂଇସାଇଡ ନୋଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା | ଧାରାବାହିକ "କେମିତି କହିବି କହ"ରେ ସେ ଅଭିନୟ କରିଥିଲେ l ନୟାପଲ୍ଲୀ ଅନ୍ତର୍ଗତ ବଡ଼ସାହିରେ ରଶ୍ମି ଭଡାରେ ରହୁଥିଲେ l ତାଙ୍କର ଆତ୍ମହତ୍ୟାକୁ ନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି ଯେ କାହିଁକି ଟେଲି ଅଭିନେତ୍ରୀ ଆତ୍ମହତ୍ୟା କଲେ l ସେ ଗୋଟେ ଭଲ ଅଭିନେତ୍ରୀ ଥିଲେ l ନୟାପଲ୍ଲୀ ତାଙ୍କ ଭଡା ଗୃହରେ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ସେ ମରିବା ପୂର୍ବରୁ ତାଙ୍କ ସୂଇସାଇଡ ନୋଟରେ ଲେଖିଥିଲେ ଯେ “ମୋ ମୃତ୍ୟୁ ପାଇଁ କେହି ଦୋଷୀ ନୁହେଁ” l ତେବେ ନିଶ୍ଚିତ ଭାବେ ଯେ ଏହା କଣ ପାଇଁ ସେ ଆତ୍ମହତ୍ୟା କଲେ, ଏହା ପଛରେ କାରଣ କଣ ହେଇପାରେ ? କିଛି ମାନସିକ ଚାପ ଥିଲା କି ତାଙ୍କ ଉପରେ ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି l ଏହା ପଛରେ କଣ ସ୍ପଷ୍ଟ କାରଣ ଏ ପର୍ଯ୍ୟନ୍ତ ଜଣାପଡୁନାହିଁ l ସେହିଠାରୁ ଟେବୁଲ ଉପରେ ସୂଈସାଇଡ ନୋଟ ଜବତ ହୋଇଥିଲା l ଏହା ପଛରେ କଣ କାରଣ ଅଛି ପୋଲିସ ତଦନ୍ତ କରୁଛନ୍ତି l

0
0
0
s2sdefault