ହେଡଲାଇନସ୍:

ଲଭ ସେକ୍ସ ପରେ ଅନ୍ତରଙ୍ଗ ଭିଡିଓ ଭାଇରଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଶ୍ଳୀଳ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲ ଟୁ ମୋବାଇଲ

  • ଭାଇରଲ ଭିଡିଓ କୁ ନେଇ ଥାନାର ଦ୍ୱାରସ୍ଥ ହେଲେ ପୀଡିତା

  • ପ୍ରେମିକ କୁ ଗିରଫ ପରେ କୋର୍ଟ ଚାଲାଣ

  • ଲଭ ଆଳରେ ସେକ୍ସ କାରବାର ଅଭିଯୋଗ

ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: ପ୍ରଥମେ ପ୍ରେମ l ପ୍ରେମ ପରେ ସମ୍ପର୍କ କୁ ଆଉ ନିବିଡ଼ କରିବା ନେଇ ଉଭୟ ଙ୍କ ମଧ୍ୟରେ ସ୍ଥାପନ ହେଲା ଶାରୀରିକ ସମ୍ପର୍କ ଲ ଅତି ନିବିଡ଼ ସମ୍ପର୍କ କୁ ନେଇ ଅନେକ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଵି ମୋବାଇଲ ରେ ରେକର୍ଡ କରି ରଖିଲେ ଉଭୟ ପ୍ରେମିକ ପ୍ରେମିକା l ଧିରେ ଧିରେ ସମ୍ପର୍କ ରେ ଫାଟ ସୃଷ୍ଟି ହେବାରେ ଲାଗିଲା l ବିବାହ ପ୍ରସ୍ତାବ ପ୍ରେମିକ ଦେବାରୁ ଅନେକ ସମୟ ରେ ଏହି ପ୍ରସଙ୍ଗ କୁ ଏଡାଇ ଚାଲିଥିଲା ପ୍ରେମିକ l ପରେ ମୋବାଇଲ ରେ ରେକର୍ଡ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ର ଅଶ୍ଳୀଳ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲ ଟୁ ମୋବାଇଲ |
ତେବେ ପ୍ରାପ୍ତ ସୂଚନା ଅନୁଯାୟୀ ଟିଟିଲାଗଡ଼ ସହରର ସିରଭଟା ପଡା ର ଜଣେ ଯୁବତୀ ସହ ପୁରୁଣା ଟେନେରୀ ପଡା ର ପ୍ରହଲ୍ଲାଦ ମାଝୀ ଓରଫ ସୁରୁ ମାଝୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ପରେ ଉଭୟ ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଵି ସ୍ଥାପନ ହୋଇଥିଲା l ଏହି ଆନ୍ତରଙ୍ଗ ମୁହୂର୍ତ ର ଭିଡିଓ ଵି ଉଭୟ ତିଆରି କରିଥିଲେ l ହେଲେ ପ୍ରେମିକ ଧୋକା ଦେବା ସହ ବିବାହ ପାଇଁ ମନା କରିବା ସହ କୁଆଡେ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ କୁ ଭାଇରଳ କରିଥିବା ନେଇ ସମ୍ପୃକ୍ତ ଯୁବତୀ ଜଣକ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରି ଆଇନ ଆଶ୍ରୟ ନେବା ପରେ ଟିଟିଲାଗଡ଼ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଟିଟିଲାଗଡ଼ ଥାନାରେ କେଶ ନମ୍ବର 178/22 ଭାରତୀୟ ଦଣ୍ଡଵିଧି ଆଇନ ଅନୁଯାୟୀ ଦଫା 417/493/292/294/506/67 IT ACT /34 Ipc ଆକ୍ଟ ରେ ପ୍ରହଲ୍ଲାଦ ମାଝୀ ଓରଫ ସୁରୁ ମାଝୀ ନାମରେ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l ସେପଟେ କୋର୍ଟ ରେ ପ୍ରହଲ୍ଲାଦ ମାଝୀ ର ବେଳ ନାକଚ ହେବା ଯୋଗୁଁ ଅଭିଯୁକ୍ତ ପ୍ରେମିକ କୁ ଟିଟିଲାଗଡ଼ ବିଚାରବିଭାଗୀୟ ଉପକାରାଗାର କୁ ପଠାଯାଇଛି l ତେବେ ଏହି ଘଟଣା କୁ ନେଇ ଟିଟିଲାଗଡ଼ ସହରରେ ଭିର୍ନ୍ନ ଭିର୍ନ୍ନ ଚର୍ଚ୍ଚା ଜୋର ଧରୁଛି l ପ୍ରେମ ସମ୍ପର୍କ ଆଳରେ ଟିଟିଲାଗଡ଼ ଅଞ୍ଚଲ ତଥା ବାହାର ଜିଲ୍ଲା ରାଜ୍ୟ କୁ ଯୁବତୀ ଚାଲାଣ ହେବା ସହ ବ୍ୟାପକ ମାତ୍ରା ରେ ସେକ୍ସ କାରବାର ହେଉଥିବା ଅଭିଯୋଗ ହେଉଛି l ଅନେକ ସମୟରେ ବିଭିନ୍ନ ରାଜନୈତିକ ନେତା ମାନଙ୍କ ପାଖକୁ ତଥା କେତେକ ସରକାରୀ କର୍ମଚାରୀ ନିକଟ ଙ୍କୁ ଯୁବତୀ ମାନଙ୍କୁ ଅନେକ ପ୍ରଲୋଭନ ଦେଖାଇ ଚାଲାଣ କରୁଥିବା ଚର୍ଚ୍ଚା ଏବେ ଟିଟିଲାଗଡ଼ ସହର ର ବାଟରୁ ଯାଇ ହାଟରେ ଚର୍ଚ୍ଚା ହେଲାଣି l ତେବେ ଦେଖିବାକୁ ରହିଲା ଯେ ଏହି ଘଟଣା ଉପରୁ ପୋଲିସ ଆଗକୁ କେତେ ଦୁର ପର୍ଯ୍ୟନ୍ତ ତଦନ୍ତ କରୁଛି l

0
0
0
s2sdefault