ହେଡଲାଇନସ୍:

ବାରି ବାଇଗଣ ନୁହେ ପୋଥି ବାଇଗଣ : ଗାଁ କୁ ଯାଇ  ଚାଷୀଙ୍କୁ ଭେଟି  ଅନୁଭୂତି ସାଉଣ୍ଟୁଛନ୍ତି  ଓୟୁଏଟି ଛାତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର,(ନୀଳ ଦୀପ):  ଗ୍ରାମ୍ୟ କୃଷିକାର୍ଯ୍ୟ ଅଭିଜ୍ଞତା ତଥା ସରକାରଙ୍କ ନୂତନ ଯୋଜନା ଗାଁ କୁ ଜିବା ଚାଷୀ ଭଟିବା ଅଭିଜାନ ପଇଁ ଓଡ଼ିଶା କୃଷି ମହାବିଦ୍ୟାଳୟ, ଓୟୁଏଟି ଭୂବନେଶ୍ୱର ର ୧୮୨ ଜଣ ଛାତ୍ର ଛାତ୍ରୀ ଓଡ଼ିଶାର ୯୬ଟି ବ୍ଲକର ୧୮୬  ଗୋଟି ଗ୍ରାମରେ କାର୍ଯ୍ୟକ୍ରମରେ ଜଡିତ ଅଛନ୍ତି । ସେହିପରି କୃଷି ମହାବିଦ୍ୟାଳୟ ଭୂବନେଶ୍ୱରର ଛାତ୍ର ସିଦ୍ଧାର୍ଥ ଶଙ୍କର ଦାଶ ରାଜବୋଡ଼ାସମ୍ବର ବ୍ଲକଅନ୍ତର୍ଗତ ଖଲିଆପାଲି ଗ୍ରାମ ପଂଚାୟତର ଝାଙ୍କରପାଲି ଗ୍ରାମରେ ତାଙ୍କର ଗ୍ରାମ୍ୟ କୃଷି କାର୍ଯ୍ୟ ଅଭିଜ୍ଞତା(ରାୱେ) କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେଠାରେ ବିଭିନ୍ନ କୃଷକଙ୍କ ଗହଣରେ ଏଯାବତ୍ ଏକ ମାସ ବିତେଇ ସାରିଲେଣି । ବିଭିନ୍ନ ଆଧୁନିକ କୃଷି ପ୍ରଣାଳିର ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରର ବିକାଶ ପାଇଁ ଓୟୁଏଟି ଛାତ୍ର ଉଦ୍ୟମରତ । ପ୍ରଥମ ପର୍ଯ୍ୟୟରେ ବିଭିନ୍ନ ସମସ୍ୟା ଆକଳନ କରି ଓୟୁଏଟି ର ଅଧ୍ୟାପକ ମାନଙ୍କ ସହିତ ଯୋଗା ଯୋଗ କରି ବିଚାର ବିମର୍ଶ ଦ୍ୱାରା ଏକ ସାମ୍ୟକ କୃଷି କାର୍ଯ୍ୟ ପ୍ରଣାଳି(ଏକ୍ସନ ପ୍ଲାନ)ର ଯୋଜନା ପ୍ରସ୍ତୁତ କରିଛନ୍ତି ।  ଝାଙ୍କରପାଲି ଗ୍ରାମର ଅନନ୍ତରାମ ପଟେଲ, ସତ୍ୟ ସାହା, କଳଧର ସେଠ ପ୍ରଭୃତି ଚାଷୀ ସିଦ୍ଧାର୍ଥ ଶଙ୍କର ଦାଶ ଙ୍କର ଯୋଜନା ମୂଳକ କାର୍ଯ୍ୟପନ୍ଥା ଅବଲମ୍ବନ କରି ଶୂଭ ଫଳାଫଳ ପାଇଁ ଆଶାବାଦୀ ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସହେଯାଗ କରିଥିବାରୁ ସିଦ୍ଧାର୍ଥ ଶଙ୍କର ଦାଶ ପଦ୍ମପୁର ସହକାରୀ  କୃଷି ଅଧିକାରୀ ନିବେଦିତା ପ୍ରଧାନ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିଳାଚଳ ପଣ୍ଡା, ତଥା ଓୟୁଏଟି ର କୂଳପତି ଡ. ସୁରେନ୍ଦ୍ରନାଥ ପଶୁପାଳକ, ଡ. ଗଡ଼ନାୟକ, ଅଧ୍ୟକ୍ଷ ଡ. କେ.କେ. ରାଉତ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

 

0
0
0
s2sdefault