ହେଡଲାଇନସ୍:

ଗ୍ରାମ କଲ୍ୟାଣ ସମିତିର ସମିକ୍ଷା ବୈଠକ : ସ୍ୱଚ୍ଛତା ଉପରେ ଗୁରୁତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଳ ଦୀପ) -ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତର ସରପଂଚ ସୌଦାମିନୀ ମେହେରଙ୍କ ସଭାପତିତ୍ୱରେ ଗ୍ରାମ୍ୟ  କଲ୍ୟାଣ ସମିତିଗୁଡିକର ଏକ ସମିକ୍ଷା ବୈଠକ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ  ହୋଇଯାଇଛି  । ଜମଲା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ମନୋରଂଜନ ସାହୁ, ବରିକେଲ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନସୀ ସାହୁଙ୍କ ସମେତ ଏହି ସମିକ୍ଷା ବୈଠକରେ ବରିକେଲ, ସିଂହନପୁର, ଚାରପାଲି, ପୁଟୁଡେରା, ଚିତାଖୋଲ, ଦେୱାନଡିହି ଓ ବେଂଟକାରପୁର ଗ୍ରାମର ଗ୍ରାମ କଲ୍ୟାଣ ସମିତିର ଆଶାକର୍ମୀ, ଆଙ୍ଗନବାଡି କର୍ମୀ ଓ ୱାର୍ଡମେମ୍ବରମାନେ ଅଂଶଗ୍ରହଣ କରିଥିଲେ  । ଏହି ବୈଠକରେ ଗ୍ରାମଗୁଡିକର ସ୍ୱାସ୍ଥ୍ୟ ସମସ୍ୟା, କାର୍ଯ୍ୟଯୋଜନା, ଆୟବ୍ୟୟ ବିବରଣିର ସମିକ୍ଷା କରାଯିବା ସହିତ ଶିଶୁମୃତ୍ୟୁ ରୋକିବା, ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ ରୋଗର ପ୍ରାର୍ଦୁଭାବ କମାଇବା ପାଇଁ ଗାଁକୁ ସ୍ୱଚ୍ଛ ରଖିବା ତଥା ପାଇଖାନା ବ୍ୟବହାର ଓ ହାତଧୁଆ ପଦ୍ଧତି ଉପରେ ସଚେତନତା ସୃଷ୍ଟି ପାଇଁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା  । ଗାଁ କଲ୍ୟାଣ ସମିତି ଗୁଡିକ ଠିକ ଭାବେ ନିଜ କାର୍ଯ୍ୟ ତୁଲାଇ ସୁସ୍ଥା ଗାଁ ପୁରସ୍କାର ରାଶି ପାଇବାକୁ ଆବେଦନ କରିବା ପାଇଁ ସରପଂଚ ଶ୍ରୀମତୀ ମେହେର ପରାମର୍ଶ ଦେଇଥିବା ବେଳେ ଶେଷରେ ସ୍ୱାସ୍ଥ୍ୟକର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ  ।

 

 

0
0
0
s2sdefault