ହେଡଲାଇନସ୍:

ସରସ୍ୱତୀ ଶିଶୁମନ୍ଦିରରେ ମାତୃ କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଳ ଦୀପ)  ସ୍ଥାନୀୟ ସରସ୍ୱତୀ ଶିଶୁମନ୍ଦିର, ପଦ୍ମପୁରଠାରେ ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ତାପିନୀ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିଶୁଶିକ୍ଷାରେ ଭାରତୀୟତା ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ  । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିତୁ ଗୁରୁମା କାଳାଂଶଗୁଡିକୁ ପରିଚାଳନା କରିଥିଲେ  । ଉକ୍ତ କର୍ମଶାଳାରେ ୧୧ ଜଣ ମାତୃମଣ୍ଡଳି ଯୋଗଦାନ କରିଥିବା ବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଦିନବନ୍ଧୁ ଦେହେରୀ ଧନ୍ୟବାଦ ଅର୍ପଣ କରିଥିଲେ  ।

0
0
0
s2sdefault