ହେଡଲାଇନସ୍:

ବରଗଡରେ କ୍ୟାନସର ହସ୍ପିଟାଲ ପାଇଁ ଅଂଚଳ ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର(ନୀଳ ଦୀପ )-ରାଜ୍ୟରେ ଆହୁରି ଏକ କ୍ୟାନସର ହସପିଟାଲ ଖୋଳାଯିବା ପାଇଁ ରାଜ୍ୟ ସରକାର ଓ ଟାଟା କମ୍ପାନୀ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ଏବଂ ରାଜ୍ୟ ସରକାର ଏହି ଡାକ୍ତରଖାନାକୁ ରାଜଧାନୀ ଭୁବନେଶ୍ୱରରେ ଖୋଳିବା ପାଇଁ ଯୋଜନା ଚଳାଇଥିବା ଜଣା ପଡିଛି  । କିନ୍ତୁ ଟାଟା କମ୍ପାନୀର ସୁଚନା ଅନୁଯାୟୀ, ପଂଜାବ ରାଜ୍ୟର ଭଟିଣ୍ଡା ସହରରେ ଦେଶର ସର୍ବାଧିକ କ୍ୟାନସର ରୋଗୀ ରହିଥିବା ବେଳେ ଏହି ତାଳିକାର ଦ୍ୱିତୀୟ ସ୍ଥାନରେ ଓଡିଶା ରାଜ୍ୟର ବରଗଡ ରହିଛି  । ଏହି ଜିଲ୍ଲାରେ ଦେଶର ଦ୍ୱିତୀୟ ସର୍ବାଧିକ ତଥା ରାଜ୍ୟର ସର୍ବାଧିକ କ୍ୟାନସର ରୋଗୀ ରହିଥିବା କାରଣରୁ ଟାଟା ମେମୋରିଆଲର ଦ୍ୱିତୀୟ ଡାକ୍ତରଖାନାକୁ ବରଗଡ ଜିଲ୍ଲାରେ ସ୍ଥାପନ କରିବା ପାଇଁ ଅଂଚଳବାସୀ ଦାବୀ ଜଣାଇ ଆସୁଛନ୍ତି  । ଏଣୁ ଟାଟା ମେମୋରିଆଲ କ୍ୟାନସର ଡାକ୍ତରଖାନାକୁ ରାଜ୍ୟର ରାଜଧାନୀରେ ସ୍ଥାପନ କରା ନ ଯାଇ କ୍ୟାନସର ରାଜଧାନୀ ବରଗଡରେ ସ୍ଥାପନ ପାଇଁ ଦାବୀ ଜୋର ଧରିବାରେ ଲାଗିଛି  । ଏହି ଅବସରରେ ପଦ୍ମପୁର ସହରର କିଛି ଉଦ୍ୟମୀ ଯୁବକଙ୍କ ନେତୃତ୍ୱରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ଏବଂ ଏହି କ୍ରମରେ ଗୁରୁବାରେ ଦିନ ସ୍ଥାନୀୟ ଅଂଚଲ ମହାବିଦ୍ୟାଳୟ ପରିସରରେ ଏହି ଦସ୍ତଖତ ଅଭିଯାନ କରାଯାଇଥିଲା  । ଏହି ଅଭିଯାନକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମେତ ସମସ୍ତ ଛାତ୍ରଛାତ୍ରୀ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଥିଲେ  । ଠାକୁର ପ୍ରସାଦ ସାହୁ, ଚିନ୍ମୟ ପଣ୍ଡା, ଆଶିଷ ନାଥ, ସରଜୁ ପଟ୍ଟନାୟକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ  ।

 

0
0
0
s2sdefault