ହେଡଲାଇନସ୍:

ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣ ପୁର ( ପ୍ରକାଶ ହାତୀ) ଆଜି ପୂର୍ବାହ୍ନ ରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ର ଅନ୍ତିମ ପର୍ଯ୍ୟାୟ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ବିଳନୀ କକ୍ଷ ରେ ବିଭିନ୍ନ ଷ୍ଟେକ ହୋଲଡର ଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ପି ଡି, ଡି ଆର ଡି ଏ ଡୋଳାମଣି ପଟେଲ, ସମ୍ମାନିତ ଅତିଥି, ଶିଶୁ ମଙ୍ଗଳ କମିଟି ର ସଭାପତି ମଧୁସୂଦନ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଡି ଏସ ଡବ୍ଲୁ ଓ ଗୌରମଣି ହାଁସଦା ,ଡାଇରେକ୍ଟର ଚାଇଲଡ ଲାଇନ, ଅନଙ୍ଗ ନେଗୀ, ଏଡି ଏମ ଓ ( ପି ଏଚ ) ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ସହକାରୀ ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ସୋନପୁର ଶ୍ରମିକ ସଂଗଠନ ସମନ୍ୱୟ ସମିତି ର ସଭାପତି ଗୋବିନ୍ଦ ମହାରଣା, ଚେମର ଅଫ କମର୍ସ ସୋନପୁର ର ସଭାପତି, ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା, ଜନସାଧାରଣ, ଅଙ୍ଗନବାଡି କର୍ମୀ ଯୋଗଦାନ କରି ସଚେତନତା ସଭାରେ ଉପସ୍ଥିତ ଥିଲେ l ଉକ୍ତ ସଭାରେ ଶିଶୁ ଶ୍ରମିକ ସୁବର୍ଣ୍ଣପୁର ଜିଲ୍ଲା ର ଶିଶୁ ଶ୍ରମିକ ନିଯୁକ୍ତି କିପରି ଭାବରେ ସମ୍ପୂର୍ଣ୍ଣ ବିଲୋପ ହେବ ଏ ଦିଗରେ ଆଲୋକ ପାତ କରାଯାଇଥିଲା l ଶ୍ରମ ଅଧିକାରୀ ଶିଶୁ / କିଶୋର ଶ୍ରମିକ ଆଇନ ୧୯୮୬ ଅନ୍ତର୍ଗତ ବିଭିନ୍ନ ଧାରା ଉପରେ ଆଲୋକ ପାତ କରିବା ସଂଗେ ସଂଗେ ଶିଶୁ ଶ୍ରମିକ ନିଯୁକ୍ତି ନିରାକରଣ ପାଇଁ ବିଭିନ୍ନ ବିଭାଗ ର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ l ଏହି ୧୫ ଦିନିଆ ଅଭିଯାନ ୩୧ ମେ ୨0୨୨ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଙ୍କ ଦ୍ୱାରା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇ ଥିଲା l ତତ ପରେ ଚଳିତ ମାସ ୭ ତାରିଖ ରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏକ ସଚେତନତା ଶୋଭାଯାତ୍ରା ( ପଦଯାତ୍ରା ) କୁ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ପଦଯାତ୍ରା ର ଶୁଭାରମ୍ଭ କରିଥିଲେ l ଏହି ୧୫ ଦିନିଆ ଅଭିଯାନ ରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ନେତୃତ୍ୱ ରେ ଶିଶୁ ଶ୍ରମିକ ଉଦ୍ଧାର ଦଳ 5ଜଣ ଶିଶୁ / କିଶୋର ଶ୍ରମିକ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥାପନା କରାଯାଇଥିଲା

0
0
0
s2sdefault