ହେଡଲାଇନସ୍:

ସ୍ଥାଣୁ ପାଲେଟିଛି କାଶୀପୁର ତହସିଲ କାର୍ଯ୍ୟାଳୟ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ତହସିଲ କାର୍ଯ୍ୟାଳୟ ର କାର୍ଯ୍ୟ ସମୟରେ କର୍ମଚାରୀ ମାନଙ୍କ ଅଦୃଶ୍ୟ ଥିବା ଅଭିଯୋଗ ହେଉଥିବାବେଳେ କାଶୀପୁର ବିଭିନ୍ନ ପ୍ରାନ୍ତଃ ରୁ ନିଜ ନିଜର କାମ ନେଇ ଲୋକେ ତହସିଲଦାର କାର୍ଯ୍ୟଳୟ ପହଞ୍ଚି ଅଧିକାରୀ ନ ଥିବା ଦେଖି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ସମସ୍ୟା ର ସମାଧାନ ଦିଗରେ ତହସିଲଦାର ଙ୍କୁ ବାରମ୍ବାର ବୁଦ୍ଧିଜୀବି ମହଲରେ ଦାବି ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ । ପ୍ରଶାସନ ଏଭଳି ନିଷ୍କ୍ରିୟତା ଏବେ ଜନସାଧାରଣ ପାଇଁ ମୁଣ୍ଡ ବ୍ୟଥା ର କାରଣ ହେଉଛି । କାଶୀପୁର ତହସିଲ କାର୍ଯ୍ୟାଳୟ କଥା କହିଲେ ଅତ୍ୟୁକ୍ତି ହେବନାହିଁ ଜନସାଧାରଣ ଙ୍କ କୌଣସି କାମ ପ୍ରତି ଅଧିକାରୀ ସ୍ୱଷ୍ଟ ଭାବେ ଅସହଯୋଗ କରୁଥିବା ବେଳେ ଅଧିକାଂଶ ସମୟରେ କର୍ମଚାରୀ କାର୍ଯ୍ୟଳୟ ରେ ଅନୁପସ୍ଥିତି ରହୁଥିବା ଦେଖିବାକୁ ମିଳୁଛି । ଏଭଳି ଅଭିଯୋଗ ର ସତ୍ୟତା ର ସନ୍ଧାନ ପାଇଁ କାଶୀପୁର ବରିଷ୍ଟ ଓକିଲ ରାମ ମୋହନ ମହାନ୍ତି ଙ୍କ ନେତୃତ୍ୱରେ କିଛି ବୁଦ୍ଧିଜୀବି ଆଜି କାଶୀପୁର ତହସିଲ କାର୍ଯ୍ୟାଳୟ ରେ ସ୍ଥିତି ପରଖିଥିଲେ । ହେଲେ ଦିନ ୧୨ ପୂର୍ବରୁ କାର୍ଯ୍ୟାଳୟ କର୍ମଚାରୀ ଶୂନ୍ୟ ହେଇଥିବା ବେଳେ ଦୀର୍ଘ ଦିନ ଧରି ଅତିରିକ୍ତ ତହସିଲଦାର ଙ୍କର ଦେଖା ନାହିଁ ଏପରି ଅବ୍ୟବସ୍ଥା ପ୍ରତି କ୍ଷୁବ୍ଧ ପ୍ରକାଶ କରି ବରିଷ୍ଟ ଓକିଲ ରାମ ମୋହନ ମହାନ୍ତି , ରାଶି ମାଝି ଓ ବହୁଜନ ସମାଜ ପାର୍ଟି ର ବ୍ଲକ ସଭାପତି ବିସମ୍ବର ନାଏକ ପ୍ରମୁଖ ୫ଟି ସହ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିବା କହିଛନ୍ତି । ଏସମ୍ପର୍କ ରେ ତହସିଲଦାର ଶରତ ଶବର ଙ୍କୁ ପ୍ରତିକ୍ରିୟା ନେବାରୁ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନ ଥିଲେ । ପରିତାପ ଏହିକି କାର୍ଯ୍ୟଳୟ ରେ ଜମି ବିକ୍ରିବଟା ଓ ଖଣିଜ ପଦାର୍ଥ ଯଥା ବାଲି, ପଥର ସମ୍ପର୍କିତ ଅସାଧୁ କାମରେ ଅଧିକାରୀ ମାନଙ୍କ ତତ୍ପରତା ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି। କିନ୍ତୁ ଜାତିଗତ ପ୍ରମାଣ ପତ୍ର , ଲିଗାଲ ହେଇର , ଡିମାର୍କସେନ , ମ୍ୟୁଟେସନ ପାଇଁ ଲୋକଙ୍କୁ ୮/୯ ମାସ ଦୌଡ଼ି ନିଅନ୍ତା ହେବା କୁ ପଡୁଛି । କିନ୍ତୁ ଆଶ୍ଚର୍ଯ୍ୟ କିଛି ଲୋକଙ୍କୁ ବିନା ତଦନ୍ତ ରେ ମଧ୍ୟ ଜାତିଗତ ପ୍ରମାଣ ପତ୍ର ହାତ ପାହାନ୍ତା ରେ ମିଳୁଥିବାବେଳେ ଅର୍ଥ କାରବାର ରେ କାଶୀପୁର ତହସିଲ ଅଧିନ ହାତଗଣତି ଜନସେବା କେନ୍ଦ୍ର ଏବେ ମାଧ୍ୟମ ସାଜିଥିବା କଥା ଦାଣ୍ଡରେ ପଡି ହାଟ ରେ ଗଡୁଛି । ଏଭଳି ଶତାଧିକ ଅଭିଯୋଗ ରହିଥିବାବେଳେ ପ୍ରଶାସନ ପକ୍ଷରୁ ଏଯାବତ କୌଣସି ଦୃଷ୍ଟି ପଡୁନାହିଁ କି କାର୍ଯ୍ୟନୁଷ୍ଠାନ ନାହିଁ । ପ୍ରକାଶ ଥାଉକି ଗତକାଲି ଏକ ନିର୍ଦ୍ଧିଷ୍ଟ ଖବର କାଗଜରେ ଏ ଉକ୍ତ ବିଷୟ ଉପରେ ପ୍ରକାଶ ହେଇଥିବା ବେଳେ ଜୈନେକ ସ୍ଥାନୀୟ ସମ୍ଭାଦିକ ଙ୍କୁ ଆଜି ଦିନରେ ଏକାଧିକ ବ୍ୟକ୍ତି ସାମ୍ବାଦିକଙ୍କୁ ଫୋନ ଦ୍ୱାରା ପ୍ରକାଶିତ ଖବର କୁ ନେଇ ଉଦେଶ୍ୟ ମୂଳକ ଭାବେ ଅଯଥା ଯୁକ୍ତି କରୁଥିବା ଦେଖିବାକୁ ମିଳିଛି । କାଶୀପୁର ର ଏଭଳି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି ।

0
0
0
s2sdefault