ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲାର ୮ ଟି ବ୍ଲକ ର ଅଧକ୍ଷ ଅଧକ୍ଷା ମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଜଗତସିଂହପୁର ବ୍ଲକ ଅଧକ୍ଷା କନକ ପ୍ରଭା ଲେଙ୍କା ଓ ଉପାଧ୍ୟାକ୍ଷ୍ୟ ରତି ରଞ୍ଜନ ବେହେରା, ରଘୁନାଥପୁର ବ୍ଲକ ଅଧକ୍ଷା ଲକ୍ଷ୍ମୀ ପ୍ରିୟା ବେହେରା, ଉପାଧ୍ୟାକ୍ଷ୍ୟ ଦେବାଶିଷ ତ୍ରିପାଠୀଙ୍କ ସମେତ ଅନ୍ୟ ବ୍ଲକର ଅଧକ୍ଷ ଅଧକ୍ଷା ମାନେ ରାଜ୍ୟ ସରକାରଙ୍କ ସଚିବଙ୍କୁ ସାକ୍ଷାତ କରି ବ୍ଲକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ସଚିବ ବିଦ୍ୟାଳୟ ରୂପାନ୍ତରୀକରଣ ଓ ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ l
ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା ଓ ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି ୫ ଟି ସଚିବ ଙ୍କୁ ସାକ୍ଷାତ କରି ତିର୍ତ୍ତୋଲ ବ୍ଲକରେ ବିଭିନ୍ନ ବିଭାଗ ରେ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ୫ ଟି ସଚିବ ବିଦ୍ୟାଳୟ ର ରୂପାନ୍ତରୀକରଣ ଓ ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେବା ସହିତ ସ୍ୱଛତାର ସହିତ କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ lଏହା ସହିତ ତିର୍ତ୍ତୋଲ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବେହେରା ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ଅବଗତ କରାଇଥିଲେ l ସଚିବ ଶ୍ରୀଯୁକ୍ତ ପାଣ୍ଡିଆନ କହିଥିଲେ ଯେ ପ୍ରଥମ ପର୍ଯ୍ୟାରେ ବିଦ୍ୟାଳୟ ଓ ମିଶନଶକ୍ତି ଉପରେ କାର୍ଯ୍ୟ କରାଯାଉଛି lପରବର୍ତ୍ତୀ ପର୍ଯାୟରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କାର୍ଯ୍ୟ କରାଯିବ ବୋଲି କହିଥିଲେ l
ରାଜ୍ୟ
ଜଗତସିଂହପୁର ଜ଼ିଲ୍ଲା ସମସ୍ତ ବ୍ଲକର ଅଧକ୍ଷ ଓ ଅଧକ୍ଷା ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଭେଟିଲେ
- Hits: 336