ଓଡିଶା ସରକାରଙ୍କ ପଦକ୍ଷେପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲଖମରା ଚର୍ଦାପାଲି ଅଙ୍ଗ ନଦୀରେ ନିର୍ମାଣ ଡକା ହେଲା ଟେଣ୍ଡର

file photo

ବରଗଡ :- ବହୁ ପ୍ରତୀକ୍ଷିତ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ଚର୍ଦାପାଲି ମଝିରେ ଯାଇଥିବା ଅଙ୍ଗ ନଦୀରେ ପୋଲ ନିର୍ମାଣ ପାଇଁ ଟେଣ୍ତର ଆହ୍ବାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ପୋଲ ନିର୍ମାଣ ପାଇଁ ରହିଥିବା ସମସ୍ତ ପ୍ରକ୍ରିୟା ସମାପନ କରିବା ପରେ ଗତ ଜାନୁୟାରୀ ୭ ତାରିଖରେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ,ସ୍ଥାନୀୟ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ପୋଲ ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ । ବିଜୁ ସେତୁ ଯୋଜନାରେ ନିର୍ମାଣାଧିନ ଏହି ପୋଲ ନିର୍ମାଣ ପାଇଁ ସରକାର ୨୦କୋଟି ୬୯ ଲକ୍ଷ ୧୧ ହଜାର ଟଙ୍କା ଅନୁମୋଦନ କରିଛନ୍ତି । ଦୀର୍ଘ ଦିନର ପ୍ରତୀକ୍ଷା ପରେ ପୋଲ ନିର୍ମାଣ ପାଇଁ ଟେଣ୍ତର ନୋଟିସ ଆସିଥିବାରୁ ଅଂଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ସେଥି ପାଇଁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ,ବିଧାୟକ ସୁଶାନ୍ତ ସିଂ,ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଂଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।।

0
0
0
s2sdefault