ପଦ୍ମପୁର(ଶାସକପ୍ରଶାସକ)-ଦୀର୍ଘଦିନ ଅସୁସ୍ଥ ଥିବା ତଥା ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବା ମାଣ୍ଡିଆଢିପା ପଞ୍ଚାୟତ ବଇଦପାଲି ଗାଁର ଅମ୍ବିକା ଭୋଇଙ୍କୁ ହ୍ବିଳଚେୟାର ପ୍ରଦାନ କରି ସହଯୋଗର ହାତ ବଢାଇଲେ ପାଇକମାଲର ଯୁବସମାଜସେବୀ ତଥା ପାଇକମାଲ ବ୍ଳକ ବିଜେଡି ଯୁବସଭାପତି ଗୌତମ ସିଂ । ଆଜି ଗୌତମ ସିଂ ଅମ୍ବିକା ଙ୍କ ଘରକୁ ଯାଇ ଏକ ହ୍ବିଳଚେୟାର ପ୍ରଦାନ କରିଛନ୍ତି । ଏହାଦ୍ବାରା ଅମ୍ବିକା ସୁବିଧାରେ ଯିବା ଆସିବା କରିପାରିବେ । ହ୍ବିଳଚେୟାର ପାଇଲା ପରେ ଅମ୍ବିକା ବେଶ ଖୁସି ଅନୁଭବ କରିଛନ୍ତି ।
ରାଜ୍ୟ
ପକ୍ଷାଘାତ ରୋଗୀଙ୍କୁ ସହଯୋଗର ହାତ ବଢାଇଲେ ସମାଜସେବୀ ଗୌତମ ସିଂ ।
- Hits: 919