ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ଶିକ୍ଷକ, ଅଭିଭାବକ,ଛାତ୍ର ଛାତ୍ରୀ ଓ ଜନ ପ୍ରତିନିଧି ।
ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମ ପଞ୍ଚାୟତ ବାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ , ସରକାରୀ ଉଚ୍ଚ ବିଦ୍ୟାଳୟ ରାମକୃଷ୍ଣପୁର ଓସ୍ତପୁର , ବରାଦୋ ପଞ୍ଚାୟତ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ପାଟପୁର ବିଦ୍ୟାଳୟର ୫ଟି ରୂପାନ୍ତରିତ କାର୍ଯ୍ୟକ୍ରମ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଫଳରେ ଏହି ବିଦ୍ୟାଳୟ ଗୁଡିକରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ଜିଗ୍ନିପୁର ଗ୍ରାମ ପଞ୍ଚାୟତ ବାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସରପଞ୍ଚ ତିଳୋତ୍ତମା ରାଉତ, ସମିତି ସଭ୍ୟ ତଥା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପଧକ୍ଷ୍ୟ ଅଶୋକ କୁମାର ଓଝା, ମୁରବି ଧୀରେନ୍ଦ୍ରନାଥ ବେହେରା, ଅଭିଭାବକ ସଂଘ ସଭାପତି ଦୀପକ ପରିଡା,ଯୁବ ସମାଜସେବୀ ଜ୍ଞାନରଞ୍ଜନ ରାଉତ, ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ର -ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବ ରେ ବରିଷ୍ଠ ଶିକ୍ଷୟତ୍ରୀ ସବିତା ମିଶ୍ର, ସସ୍ମିତା ପାଲ, ପାର୍ଥ ମହାନ୍ତି, ରବୀନ୍ଦ୍ର ସାହୁ, ରବିନାରାୟଣ ମିଶ୍ର, ତପସ୍ବିନୀ ସେଠି, ନରୋତ୍ତମ ମହନ୍ତ, ବିରଜା ରାଉତରାୟ ଓ ସିଆରସି ପିତାମ୍ବର ବେହେରା ଯୋଗଦାନ କରିଥିଲେ । ସେହିପରି ଭାବେ ବରାଦୋ ପଞ୍ଚାୟତ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ପାଟପୁରର ୫ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଲୋକର୍ପଣ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ନୃସିଂହଚରଣ ବିଶ୍ୱାଳ, ଶିକ୍ଷକ ଅକ୍ଷୟ କୁମାର ପରିଡା , ଦେବପ୍ରସାଦ ଦାସ, ପ୍ରିୟବଦା ଚାନ୍ଦ, ସ୍ନେହଲତା ଦାଶ,ଭାନୁପ୍ରିୟା ବେହେରା, ମନସ୍ୱନି ଖଟୁଆ, ସୀତାକାନ୍ତ ସାମଲ, ମଧୁସ୍ମିତା ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ, ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ସେହିପରି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ରାମକୃଷ୍ଣପୁର ଓସ୍ତପୁର ବିଦ୍ୟାଳୟ ରେ ପ୍ରାକ୍ତନ ବ୍ଲକ ଅଧକ୍ଷା ସବିତା ଓଝା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ରୁପାନ୍ତରିତକରଣ ଯୋଗୁ ସ୍କୁଲ ରେ ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନ ପରୀକ୍ଷାଗାର, ନୂତନ ଲାଇବ୍ରେରୀ, ପାନୀୟ ଜଳ ବ୍ୟବସ୍ତା ସହିତ ପିଲାମାନଙ୍କ ପାଇଁ ଅନ୍ୟାନ ନୂତନ ସୁବିଧା ସୁଯୋଗ ସୃଷ୍ଟି ହୋଇପାରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ।