ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା),ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବ ପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ବର୍ଷ ଧରି ଓଡିଶା ପ୍ରଚାର ,ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି l ଓଡ଼ିଶାର ହଜାର ହଜାର ବୁଣାକାର ଙ୍କ ଜୀବିକା ନିର୍ବାହ ର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ହସ୍ତତନ୍ତ ବସ୍ତୁର ଇରମ ବିପଣନ । ଏହି ବିପଣନକୁ ତ୍ଵରାନିତ କରିବା ପାଇଁ ବୟନିକା ରାଜ୍ୟ ଭିତରେ ‘ବିଭିନ୍ନ ହସ୍ତତନ୍ତ ମେଳା’’ର ଆୟୋଜନ କରିଥାଏ ।ଵୟନିକା କଲେକ୍ନୋରେଟ ମିଡିଆ, ଜଗତସିଂହପୁର ଠାରେ ତା.୨୬,୦୬, ୨୦୨୨ ରିଖ ଠାରୁ ତା.୧୬.୦୬.୨୦୨୨ ରିଖ ପର୍ଯ୍ୟନ୍ତ ଏକ ଜିଲ୍ଲା ହସ୍ତତନ୍ତ ମେଳାର ଆୟୋଜନ କରିଅଛି । ଏହି ମେଳାଟି । କେନ୍ଦ୍ର ସରକାରଙ୍କ ହସ୍ତତନ୍ତ୍ର ବିକାଶ ଯୋଜନାର ଆର୍ଥିକ ସହାୟତାରେ ଆୟୋଜିତ ହୋଇଅଛି । ଏହି ମେଳାକୁ ଶ୍ରୀମତୀ ପାରୁଲ ପଟୱରୀ, ଭା.ପ୍ର.ସେ,, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ଜଗତସିଂହପୁର ତା-୦୬.୦୬.୨୦୨୨ ରିଖ ସନ୍ଧ୍ୟା ୬.୩୦ଘଟିକା ସମୟରେ ଉଦଘାଟନ କରିଥିଲେ lଏହି ଉତ୍ସବରେ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର, ଓ.ଏ.ସ୍ (ଏସ.ଏ. ଡି.) ପରିଚାଳନା ନିର୍ଦେଶକ, ବୟନିକା ଓ ଅନ୍ୟାନ୍ୟ ପଦାଧୁକାରୀ ଆଦି ଉପସ୍ଥିତ ଥିଲେ । ଏହି ମେଳା ପ୍ରତ୍ୟେହ ଦିବା ୧୧ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ lବୟନିକାର ପୁନଃବିନ୍ୟାସ ପରେ ଏହି ସଂସ୍ଥା ଓଡିଶା ହସ୍ତତନ୍ତ ବସ୍ତର ବିକ୍ରୟ କ୍ଷେତ୍ରରେ ଏକ ନୈମୁହିକ ଅଭିବୃଦ୍ଧି ହାସଲ କରିଅଛି । ଏତଦ୍ବ୍ୟତୀତ ବୟନିକା ଓଡ଼ିଶାର ବୁଣାକାରମାନଙ୍କର ସାମାଜିକ ତଥା ଅର୍ଥନୈତିକ ମାନଦଣ୍ଡ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଅଛି l ବର୍ତ୍ତମାନ ଯାନ୍ତ୍ରିକ ଯୁଗରେ ମଧ୍ୟ ଓଡିଶାର ହସ୍ତତନ୍ତ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ୀ,ନୂଆ ପାଟଣା ଖଣ୍ଡୁଆ ଶାଢୀ, ସୋନପୁରୀ ବମକର ଶାଢୀ, କୋଟପାତ୍ର ଶାଢ଼ୀ, ଯାଜପୁର ଅନ୍ତର୍ଗତ ଗୋପାଳପୁର ର ଟସର ବସ୍ତ୍ର ଇତ୍ୟାଦି ଦେଶ ବିଦେଶରେ ବିଶେଷ ଭାବେ ଆଦୃତ ଲାଭ କରିଅଛି l
ରାଜ୍ୟ
ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି
- Hits: 325