ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିିଷ୍ଟ ପ୍ରି-ମାଟ୍ରିକ ଛାତ୍ରବୃତ୍ତିରେ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶା ସରକାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିିଷ୍ଟ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବାଳକମାନଙ୍କ ପାଇଁ ୭୫୦ ରୁ ୯୫୦ ଟଙ୍କା ଏବଂ ବାଳିକାମାନଙ୍କ ପାଇଁ ୮୦୦ ରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନୟନ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଅନ୍ତେବାସୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଅନ୍ୟତମ । ପ୍ରି-ମାଟ୍ରିକ ଛାତ୍ରବୃତ୍ତି ମୁଖ୍ୟତଃ ହଷ୍ଟେଲର ପରିଚାଳନା ପାଇଁ ଉଦ୍ଦିଷ୍ଟ । ଏହି ଛାତ୍ରବୃତ୍ତି ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଅନ୍ତେବାସୀଙ୍କର ଶିକ୍ଷାଗତ ତଥା ସାମଗ୍ରିକ ବିକାଶକୁ ଲକ୍ଷ୍ୟ କରିଥାଏ । ଅଧିକ;ୁ, ଅନ୍ତେବାସୀଙ୍କର ପୁଷ୍ଟିକର ସୁରକ୍ଷା ପାଇଁ ହଷ୍ଟେଲ ମେନୁରେ ମିଲେଟ (ମାଣ୍ଡିଆ) ଆଧାରିତ ଖାଦ୍ୟ ସାମଗ୍ରୀ ସାମିଲ ହେବ । ଏହି ଯୋଜନାରେ ପାଞ୍ଚ ଲକ୍ଷରୁ ଅଧିକ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଅନ୍ତେବାସୀ ଉପକୃତ ହେବେ । ପ୍ରତିବର୍ଷ ୪୯୦.୦୦ କୋଟି ଟଙ୍କା ବ୍ୟୟ ଅଟକଳ ଛାତ୍ରବୃତ୍ତି ପାଇଁ ହେବ । ଏହି ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରମାନଙ୍କର ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା ।

0
0
0
s2sdefault