ହେଡଲାଇନସ୍:

ଦୀର୍ଘବର୍ଷ ବସବାସ କରିବା ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ମଘାମରା ଗାଁର ରୁଗୁଡ଼ିପଡ଼ା ବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଦୀର୍ଘ ୩୦ ବର୍ଷରୁ ଅଧିକ ଦିନଧରି ପ୍ରାୟ ୧୦ ପରିବାର ବସବାସ କରିଆସୁଥିଲେ ମଧ୍ୟ ପାନୀୟ ଜଳର ସୁବିଧା ଅଛି ନାଁ ବିଦ୍ୟୁତ, ନାଁ ପଡ଼ାକୁ ଭଲ ରାସ୍ତା ଟିଏ ଅଛି । ଯାହାଫଳରେ ବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନର ଡିଜିଟାଲ ଯୁଗରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ମଘାମରା ଗାଁର ରୁଗୁଡିପଡା ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ହେବ ୧୦ ପରିବାର ବସବାସ କରନ୍ତି । ଏମାନଙ୍କ ପାନୀୟ ଜଳ ସୁବିଧା ନଥିବାରୁ ମାଟି କୂଅ ଖୋଳି ପାଣି ବ୍ୟବହାର କରୁଥିବା ବେଳେ ଗ୍ରୀଷ୍ମ ଋତୁରେ ପାଣିର ସ୍ତର କମି ଯାଇଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଛନ୍ତି ପଡାବାସୀ । ଦୀର୍ଘ ବର୍ଷରୁ ପଡ଼ାରେ ନଳକୂପ ଟିଏ ଖନନ କରିବାକୁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ଜଣାଇଥିଲେ ମଧ୍ୟ କେଜାଣେ କାହିଁକି,ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଅନ୍ୟ ପକ୍ଷରେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇପାରି ନାହିଁ । ଯେଉଁଥିପାଇଁ ପଡ଼ାର ଛାତ୍ର ଛାତ୍ରୀମାନେ ବହୁ ଅସୁବିଧାର ସାମ୍ନା ହେଉଛନ୍ତି । ପଡ଼ାକୁ ଭଲ ରାସ୍ତା ଟିଏ ନଥିବାରୁ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, ତିନି ତିନୋଟି ପଞ୍ଚାୟତ ନିର୍ବାଚନ ଓ ବିଧାନସଭା ନିର୍ବାଚନ ସମୟରେ ପଡ଼ାରେ ଲାଗି ରହିଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଦେଇଥିବା ନେତାଙ୍କ ପ୍ରତିଶୃତି କେବଳ ପ୍ରତିଶ୍ରୁତିରେ ରହିଯାଇଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭର ଜଣାଇଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରୁଗୁଡ଼ିପଡ଼ାରେ ପିଇବା ପାଣି ପାଇଁ ଏକ ନଳକୂପ ଖନନ କରିବା ସହ ବିଦ୍ୟୁତ ଓ ରାସ୍ତା ବ୍ୟବସ୍ଥା କରିବାକୁ  ପଡବାସୀ ଦାବୀ କରିଛନ୍ତି ।

0
0
0
s2sdefault