ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ପାଇଁ "ଆକାଂକ୍ଷା"ମହିଳା ସଙ୍ଗଠନକୁ "ପ୍ରକୃତି ମିତ୍ର" ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ"ଆକାଂକ୍ଷା"କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦିରେ ବିଶେଷ ସକ୍ରିୟତା ଯୋଗୁଁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ରାଜ୍ୟ ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ମୋନା ଶର୍ମା , ଅତିରିକ୍ତ ଶାସନ ସଚିବଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଉକ୍ତ ସଭାରେ ସମ୍ମାନିତ ଅତିଥି ରୂପେ ଚିଲିକା ଉନ୍ନୟନ ଅଧିକାରୀ ଶ୍ରୀ ରତିକାନ୍ତ ଜେନା , ପ୍ରୋଗ୍ରାମ କର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭୁବନେଶ୍ୱର ଜେନା ମଞ୍ଚାସୀନ ଥିଲେ। ''ଆକାଂକ୍ଷା'' ମହିଳା ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ , ଉପଦେଷ୍ଟା ଡ଼ .କଲ୍ୟାଣୀ ମିଶ୍ର , ସଦସ୍ୟା ଶ୍ରୀମତୀ ଅଳକା ସାହୁ ଉପସ୍ଥିତ ରହି ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ପୁରସ୍କାର ଗ୍ରହଣ କରିଥିଲେ।
ଏଥି ନିମନ୍ତେ ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ , କୋଷାଧ୍ୟକ୍ଷା ଶ୍ରୀମତୀ ସରିତା ପାଣିଗ୍ରାହୀ , ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସଙ୍ଗଠନର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବୁଦ୍ଧିଜୀବୀ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ହରିମୋହନ ପଟ୍ଟନାୟକ , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ଗୋପାଳଚନ୍ଦ୍ର ଶତପଥୀ , ଶ୍ରୀ ଭାଗବତ ପାଢୀ , ଶ୍ରୀ ମୁରଲୀଧର ପରିଚ୍ଛା , ଶ୍ରୀ ଶରତ ସାହୁ ଶୁଭେଚ୍ଛା ଜଣାଇଛନ୍ତି।

0
0
0
s2sdefault