ନୂଆ ମନ୍ତ୍ରୀଙ୍କୁ ନବୀନଙ୍କ ୬-ଟି ମନ୍ତ୍ର
ଭୁବନେଶ୍ବର: ଆଗରୁ ୩-ଟି ଥିଲା | ତାପରେ ୫-ଟି ହେଲା | ଏବେ ଓଡିଶା ଶାସନରେ ମନ୍ତ୍ରୀଙ୍କ ପାଇଁ ଯୋଡି ହୋଇଛି ଆଉ ଗୋଟିଏ ଟି | ଅରରଥଟି ୫-ଟି ବଦଳରେ ୬-ଟି |
ଆଜି ମନ୍ତ୍ରୀମଣ୍ଡଳ ପୁନର୍ଗଠନ ପରେ ନବନିଯୁକ୍ତ ମନ୍ତ୍ରୀମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ ଓ ଆଶୀର୍ବାଦ ନେଇଥିଲେ । ଦୀର୍ଘ ସମୟ ଧରି ସମସ୍ତ ନୂଆ ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସେମାନଙ୍କୁ ୬-ଟିର ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲଜି, ଟାଇମ୍, ଟ୍ରାନ୍ସଫରମେସନ ସହିତ ଆଉ ଗୋଟିଏ ଟି (T) ଅର୍ଥାତ TOUR ବା ଗସ୍ତକୁ ଯୋଡ଼ିଛନ୍ତି । ଗସ୍ତ କରି ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଜିଲ୍ଲା ଓ ବ୍ଲକସ୍ତରକୁ ଗସ୍ତ କରିବାକୁ ସବୁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସହ ଲୋକଙ୍କ ସମସ୍ୟା ସହ ଅବଗତ ହେବାକୁ ପରାମର୍ଶ ଦେଇଛନ୍ତି । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଇସ୍ତାହାର ଶତ ପ୍ରତିଶତ ପୂରା କରିବାକୁ ପରାମର୍ଶ ଦେଇଛନ୍ତି ନବୀନ |