ଦେଢ଼ହଜାର ରୁ ଉର୍ଦ୍ଧ୍ବ ମାଆ ଭଉଣୀ ମାନେ ମାନସିକ କଳସ ଯାତ୍ରାରେ ଯୋଗଦାନ କଲେ ।
(ଦେବେନ୍ଦ୍ର ଷଡ଼ଙ୍ଗୀ):- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ନତକାଇ ବାଣୀନଗର ସ୍ଥିତ ଶ୍ରୀ ଶ୍ରୀ ଶକ୍ତିସ୍ୱର ଙ୍କ ପୀଠରେ ଗତକାଲି ଠାରୁ ଆରମ୍ଭ ହୋଇଛି ରୁଦ୍ର ମହାଯଜ୍ଞ । ପଚିଶ ବର୍ଷରେ ପଦାର୍ପଣ କରିଥିବା ଏହି ଯଜ୍ଞ ରେ ପ୍ରାୟ ଦେଢ଼ ହଜାର ରୁ ଉର୍ଦ୍ଧ ମହିଳା ମାନେ ଯୋଗଦେଇ, ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଗ୍ରହଣ କରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ପ୍ରକାଶଥାଉକି, ଅଧ୍ୟାପକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ଉକ୍ତ ଯଜ୍ଞ କୁ ଏହି ପୀଠରେ ଆରମ୍ଭ କରିଥିଲେ । ଅଦ୍ୟାବଧି ଏହି ଯଜ୍ଞ ବର୍ତମାନ କଟକ ସଦର ବିଧାୟକ ତଥା ସ୍ବର୍ଗତ କାଳିନ୍ଦୀ ବାବୁଙ୍କ ସୁପୁତ୍ର ଚନ୍ଦ୍ରସାରଥୀ ବେହେରାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଚାଲିଛି । ବିଶ୍ବସାନ୍ତି ନିମନ୍ତେ ଉଦିଷ୍ଟ ଏହି ଯଜ୍ଞ ରେ ରମେଶ ଚନ୍ଦ୍ର ସ୍ୱାଇଁ, ସ୍ୱାଧୀନ ଭୂୟାଁ, ଇଯାଜ ଖାଁ ଓ ରାୟଗୁରୁ ବିଜୟ ମିଶ୍ର , ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସ୍ଥାନୀୟ ଅଞ୍ଚଳବାସୀ ମାନେ ଯୋଗଦାନ କରିଥିଲେ । ପ୍ରାୟ ତିନିହଜାର ରୁ ଉର୍ଦ୍ଧ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା । ଏହି ଯଜ୍ଞ ଉତ୍ସବ ୨ ତାରିଖ ଦିନ ଆରମ୍ଭ ହୋଇଯାଇଥିଲା ବେଳେ ପ୍ରତ୍ୟେହ ଦିନ ନୀତିକାନ୍ତି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ଏବଂ ଏହି ଯଜ୍ଞ ର ପୂର୍ଣାହୂତି ଉତ୍ସବ ଆସନ୍ତା ୭ ତାରିଖ ଦିନ ଅନୁଷ୍ଠିତ କରାଯିବ ବୋଲି ଅନୁଷ୍ଠାନ ସୂତ୍ରରୁ ପ୍ରକାଶ ।