ହେଡଲାଇନସ୍:

 ସହରକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ସହରରେ ପରିଣତ କରିବା ଲାଗି ସମସ୍ତେ ଆଗେଇ ଆସିବା ଉଚିତ : ଶ୍ରୀମତୀ ପଣ୍ଡା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା ମହାନଗର ନିଗମ ପକ୍ଷରୁ ପ୍ଲାଷ୍ଟିକ ବ୍ୟାନ୍ ପରବର୍ତ୍ତୀ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

08-08-18-rkl.jpg - 133.41 kB

ରାଉରକେଲା(ସୁଶାନ୍ତ ବେହେରା) , ଆସନ୍ତା ଅକ୍ଟୋବର ୨ ତାରିଖରୁ ପ୍ଲାଷ୍ଟିକ ଆବର୍ଜନା ନିୟମାବଳୀ – 2016 ଅନୁସାରେ ରାଉରକେଲା ମହାନଗରକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବା ଲାଗି ସଂକଳ୍ପ ନେଇଛି ରାଉରକେଲା ମହାନଗର ନିଗମ। ପ୍ଲାଷ୍ଟିକ ବ୍ୟାନ୍ ହେବା ପରେ ଏହାର ବିକଳ୍ପ ଭାବେ କପଡ଼ା ତଥା କାଗଜ ତିଆରି ବ୍ୟାଗ ଆପଣାଇବାକୁ ଆରଏମସି ଉଦ୍ୟମ ଆରମ୍ଭ କରିଛି। ପ୍ଲାଷ୍ଟିକ ବ୍ୟାନ ହେବା ପରେ କପଡ଼ା ତଥା କାଗଜ ତିଆରି ବ୍ୟାଗର ଚାହିଦା ନିଶ୍ଚିତ ଭାବେ ବୃଦ୍ଧି ପାଇବ। ତେଣୁ ସେହି ଚାହିଦା ପୂରଣ କରିବା ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜୀବିକାକୁ ପରିବର୍ଦ୍ଧିତ କରିବା ନିମନ୍ତେ ଏକ ପ୍ଲାଷ୍ଟିକ ବ୍ୟାନ୍ ପରବର୍ତ୍ତୀ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର କମିଶନର, ଶ୍ରୀମତି ରଶ୍ମିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ସ୍ନାସ୍ଥ୍ୟ ଉପରେ ଅନେକ ନକରାତ୍ମକ ପ୍ରଭାବ ପଡୁଛି। ପରିବେଶ ମଧ୍ୟ ଦୁଷିତ ହେଉଛି। ତେଣୁ ସହରକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ସହରରେ ପରିଣତ କରିବା ଲାଗି ସମସ୍ତେ ଆଗେଇ ଆସିବା ଲାଗି କମିଶନର ଶ୍ରୀମତି ପଣ୍ଡା ଆହ୍ୱାନ ଦେଇଥିଲେ। ପ୍ଲାଷ୍ଟିକ ଆବର୍ଜନା ନିୟମ-2016କୁ କଡାକଡି ଭାବେ ଲାଗୁ କରାଯିବ। ତେଣୁ ଏହି ଅବସରକୁ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନେ ଏକ ସୁଯୋଗ ଭାବେ ଗ୍ରହଣ କରି ନିଜର ଜୀବିକାକୁ ଆହୁରି ସୁଦୃଢ଼ କରିବା ଲାଗି ଆଗଭର ହୋଇ କାର୍ଯ୍ୟ କରିବା ନିମନ୍ତେ ଶ୍ରୀମତି ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ। 

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କୁ କପଡ଼ା ତଥା କାଗଜ ବ୍ୟାଗ ତିଆରି କରିବା ଲାଗି ଆରଏମସି ପକ୍ଷରୁ “ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ସହରୀ ଜୀବିକା ମିଶନ” ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବାର ଯୋଜନା ରହିଛି। ଫଳରେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ତଥା ସହରକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ସହରରେ ପରିଣତ କରିବା ଲକ୍ଷ ମଧ୍ୟ ହାସଲ ହୋଇପାରିବ।  ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସେମାନଙ୍କ ନିକଟବର୍ତ୍ତୀ ସ୍ଥାନ ମାନଙ୍କରେ କରାଇବା ନିମନ୍ତେ ଅନୁରୋଧ କରିଥିଲେ। ଏଥିସହିତ ବ୍ୟାଙ୍କ ଋଣ, କଞ୍ଚାମାଲର ସୁବ୍ୟବସ୍ଥା, ବ୍ୟାବସାୟିକ ସ୍ଥାନ  ଇତ୍ୟାଦି ସୁବିଧା ଯୋଗାଇଦେବା ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କପଡ଼ା ତଥା କାଗଜ ତିଆରି ବ୍ୟାଗ କିପରି ବଜାରରେ ବିକ୍ରି ହୋଇପାରିବ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ କମିଶନରଙ୍କୁ ନିବେଦନ କରିଥିଲେ। 

ପରେ କମିଶନର ଶ୍ରୀମତି ପଣ୍ଡା ଏସମ୍ବନ୍ଧରେ ନିଶ୍ଚିତ ଭାବେ ଦୃଷ୍ଟି ଦେବା ସହ ଆରଏମସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।  ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ଶ୍ରୀମତି ସୁଷମା ବିଲୁଙ୍ଗ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଓ ଶ୍ରୀମତି ସୀତାଦେବୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।  ଏଠାରେ ସୂଚନାଯୋଗ୍ୟଯେ, ଏହି କାର୍ଯ୍ୟକ୍ରମରେ ୧୭୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର 359 ଜଣ ସଦସ୍ୟା ଯୋଗଦେଇଥିଲେ।

0
0
0
s2sdefault