ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ପୌର ପରିଷଦର ଉପାଧ୍ୟକ୍ଷ ଙ୍କ ସହିତ ୬ଜଣ କାଉନସିଲର ମିଳିତ ଭାବରେ ସ୍ୱର ଉଠାଇଛନ୍ତି। ୨ଟି ପ୍ରସଙ୍ଗ ନେଇ ସେମାନେ ତାଙ୍କର ଅସନ୍ତୋଷ ଜାହିର କରିବା ସହ ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ୨ଟି ପୃଥକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ପୌର ପରିଷଦ ର ଉପାଧ୍ୟକ୍ଷ ପର୍ଜିତ୍ କୁମାର ଭୋଜ, ସ୍ଵାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, ବିଜେପି କାଉନସିଲର ମଧୁସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତ୍ତିକ ମହାକୁଳ ପୌର ପରିଷଦ କାଯ୍ୟାଳୟ କୁ ଯାଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦେବଗଡ଼ ଦୈନିକ ପରିବା ବଜାର ନିଲାମ ପାଇଁ ପୌର ପରିଷଦ କତୃପକ୍ଷ ୨୫ତାରିଖ ବୁଧୁବାର ଦିନ ପାରିଷଦ ର ବିନା ଅନୁମୋଦନରେ ନିଲାମ କରିବା ପାଇଁ ଦିନ ଧାର୍ଯ୍ୟ କରିଦେଇଛନ୍ତି।
ସେମାନଙ୍କ ଅଜାଣତରେ ଏଭଳି ନିଷ୍ପତ୍ତି ପଛରେ କଣ ରହସ୍ୟ ଅଛି ବୋଲି ପ୍ରଶ୍ନ କରିବା ସହ ଏ ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଉକ୍ତ ୭ଜଣ ପାରିଷଦଙ୍କ ଅଜ୍ଞାତରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଙ୍କ ମନୋମୁଖୀ ଏକଚାଟିଆ କାର୍ଯ୍ୟ ବିରୋଧରେ ଦୃଢ଼ ପ୍ରତିବାଦ କରିବା ପାଇଁ ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି। ଏହା ସହ ଦୈନିକ ପରିବା ବଜାର ନିଲାମ ପ୍ରକ୍ରିୟା କୁ ରଦ୍ଦ କରି ପାରିଷଦ ର ଅନୁମୋଦନ ପରେ ନିଲାମ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।
ଏହି ସ୍ମାରକ ପତ୍ର ର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ସମ୍ବଲପୁର ଲୋକସଭା ସାଂସଦ, ଦେବଗଡ଼ ବିଧାୟକ, ଦେବଗଡ଼ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି।
ରାଜ୍ୟ
ବଜାର ନିଲାମ ପ୍ରକ୍ରିୟା ନେଇ ନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ
- Hits: 313