ହେଡଲାଇନସ୍:

ବିଶ୍ୱ ତମାଖୁ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ତମାଖୁ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୋନଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ଆନନ୍ଦ ସାମନ୍ତରାୟ ଯୋଗ ଦେଇଥିବା ବେଳେ ସୂର୍ଯ୍ୟକାନ୍ତ ମିଶ୍ର ଓ ଜାତୀୟ ସେବା ଯୋଜନାର ଜିଲ୍ଲା ପ୍ରମୁଖ ଡ଼. ସନ୍ୟାସୀ ବେହେରା ଯୋଗ ଦେଇ ତମାଖୁର ଅପକାରିତା ଓ ଏହାକୁ ବର୍ଜନ କରିବା ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥଲା।
ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ ୫୫ ଜଣ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କେଇଥିବା ବେଳେ ତର୍କରେ ପ୍ରିୟା ପ୍ରଧାନ ପ୍ରଥମ , ବିନୟରାଜ ଦ୍ବିତୀୟ ଓ ସୌଦାଗର ସିଆ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ଲୋଗାନରେ ସୁରଜିତ ମନୋହର ଲିମା ପ୍ରଥମ , ପ୍ରିୟା ପ୍ରଧାନ ଦ୍ବିତୀୟ ଓ ଅନିତା ର। ରଇତ ତୃତୀୟ ସ୍ଥାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଚନ୍ଦୁ ନାୟକ ପ୍ରଥମ , ପ୍ରିୟା ପାତ୍ର ଦ୍ଵିତୀୟ ଓ ଆରନ ରଇତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଆସନ୍ତା ମଇ ୩୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିସରରେ ବିଶ୍ୱ ତମାଖୁ ଦିବସ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରାଯିବ।
ଜାତୀୟ ସେବା ଯୋଜନାର ଅଫିସର ଅଧ୍ୟାପକ ସୀତାରମ ପ୍ରଧାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault