ହେଡଲାଇନସ୍:

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳର ପ୍ରତାପପୁରଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସ୍ୱାସ୍ଥ୍ୟଶିବିରରେ ୧୧୦୦ରୁ ଊର୍ଦ୍ଧ୍ୱରୋଗୀଙ୍କ ଅଂଶଗ୍ରହଣ

  • ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପ୍ରତ୍ୟେକ ମାସଏଭଳି ଶିବିରର ଆୟୋଜନ କରାଯିବ

ବାଲିଆପାଳ: କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପର ଅଂଶବିଶେଷ ଭାବେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ମହିଳା, ଶିଶୁ ଓ ବୟୋଜ୍ୟେଷ୍ଠବ୍ୟକ୍ତିଙ୍କୁ ମିଶାଇ ପ୍ରତାପପୁର ପଂଚାୟତର ଡଗରା, ଚଉମୁଖ, ନଇଘାଟି, ଜାମତକୁଲା, ପ୍ରତାପପୁର, ରାଉତୁରା ସମେତ ବିଭିନ୍ନ ଗ୍ରାମଗୁଡ଼ିକରୁ ୧୧୦୦ରୁ ଊର୍ଦ୍ଧ୍ୱ ରୋଗୀମାନେ ଏହି ଦିନିକିଅ। ମେଗା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ସେବ ।ଲାଭ କରିଥିଲେ ।
ଏହି ଅବସରରେ ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରତାପପୁର ସରପଂଚ ଶ୍ରୀମତୀ କସ୍ତୁରୀବାଳା ପାତ୍ର, ବାଲିଆପାଳ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବେଣୁଧର ଜେନ ଏବଂ ସୁବର୍ଣ୍ଣରେଖା ବନ୍ଦରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଇାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗ ଡଃ ନମିତା ନାୟକ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜିକାଲ ବିଭାଗ ବିଶେଷଜ୍ଞ ଡଃ ରଞ୍ଜନ କୁମାର ନାୟକ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିସିନ୍ ବିଭାଗ ବିଶେଷଜ୍ଞ ଡଃସୁଶାନ୍ତ କୁମାର ମହାରଣା, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁରୋଗ ବିଭାଗ ଡଃ ସୁଜିତ ନାରାୟଣ ମହାପାତ୍ର, ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡଃ ବେଣୁଧର ହୁଇ ଏବଂ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦାନ୍ତ ସର୍ଜନ୍ ଡଃ ହରିପଦ ଦାସ ଲୋକମାନଙ୍କସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦେଇଥିଲେ ।
ସୁବର୍ଣ୍ଣରେଖା ବନ୍ଦରରଏହି ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ନିତ୍ୟାନନ୍ଦ ସାହୁ କହିଛନ୍ତି ଯେ, “ଆଶା କରୁଛି ଆଗକୁ ମଧ୍ୟକମ୍ପାନୀ ପକ୍ଷରୁସ୍ୱାସ୍ଥ୍ୟ ଶିବିରର ଆୟୋଜନ ଜାରି ରହିବ ଓ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବହୁତ ଲୋକ ଉପକୃତ ହୋଇପାରିବେ” ।
ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକମାନଙ୍କୁ ସେମାନଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇ ସୁବର୍ଣ୍ଣରେଖା ବନ୍ଦରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ସିଂହ କହିଛନ୍ତି ଯେ, “ଏଭଳି ସ୍ୱାସ୍ୱ୍ୟଶିବିରର ଆୟୋଜନ ସହିତ କମ୍ପାନୀସ୍ଥାନୀୟ ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି” ।
ପ୍ରତାପପୁର ସରପଂଚ ଶ୍ରୀମତି କସ୍ତୁରୀବାଳା ପାତ୍ର କହିଛନ୍ତି ଯେ, “ଏହି ସ୍ୱାସ୍ଥ୍ୟ ଶିବିରରେଏତେ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିବାର ଦେଖି ଖୁସି ଅନୁଭବ କଲିଏବଂ ଆମ ଅଞ୍ଚଳର ବହୁଲୋକ ଏଥିରେ ସ୍ୱାସ୍ଥ୍ୟସେବା ଲାଭ କରିଛନ୍ତି” ।
ବାଲିଆପାଳଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବେଣୁଧର ଦାସ କହିଛନ୍ତି ଯେ, “ସ୍ୱାସ୍ଥ୍ୟ ଶିବିର ଆୟୋଜନ କମ୍ପାନୀ ପକ୍ଷରୁ ନିଆଯାଇଥିବା ଏକ ସକରାତ୍ମକ ପଦକ୍ଷେପ । ଅଧିକରୁ ଅଧିକ ଲୋକଏହି ସ୍ୱାସ୍ଥ୍ୟ ଶିବିରର ଲାଭ ନେବା ଉଚିତ” ।
ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ପ୍ରତ୍ୟେକ ମାସଏହାର ପ୍ରସ୍ତାବିତ ବାଲିଆପାଳ ପ୍ରକଳ୍ପ ପାର୍ଶ୍ଵବର୍ତ୍ତୀ ବିଭିନ୍ନ ଗ୍ରାମଗୁଡ଼ିକରେଏଭଳି ସ୍ୱାସ୍ଥ୍ୟଶିବିର ଆୟୋଜନ କରାଯିବାର ଯୋଜନା ରହିଛି, ଯାହାଦ୍ୱାରା ସ୍ଥାନୀୟ ଲୋକ ନିଜ ଘର ନିକଟରେ ସ୍ୱାସ୍ଥ୍ୟସେବା ଲାଭ କରିପାରିବେ ।

0
0
0
s2sdefault